କଥାହେଲେ ମୋଦୀ-ଗୋଟାବାୟା, ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସହ ଟେଲିଫୋନ୍‍ ଯୋଗେ କଥାବାର୍ତ୍ତା କରିଛନ୍ତି। ଦୁଇ ନେତା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସହଯୋଗ ନେଇ ସମୀକ୍ଷା କରିଥିଲେ। ବର୍ତ୍ତମାନର କୋଭିଡ୍‍ ନାଇଣ୍ଟିନ୍‍ ପରିସ୍ଥିତିରେ ଦୁଇ ଦେଶ ପରସ୍ପର ସହ ସମ୍ପର୍କରେ ରହିବାକୁ ସହମତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପଡ଼ୋଶୀ ପ୍ରଥମ ନୀତି ଅନୁସାରେ ଭାରତ ସର୍ବଦା ଶ୍ରୀଲଙ୍କାକୁ ଗୁରୁତ୍ୱ ଦେଇ ଆସିଛି।

Comments are closed.