ବ୍ରିଟେନ ନିର୍ବାଚନରେ ବୋରିସ ଜନସନ ବିଜୟୀ, ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୋଦୀ

ଲଣ୍ଡନ: ବ୍ରିଟେନ ସାଧାରଣ ନିର୍ବାଚନର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଆନୁଷ୍ଠାନିକ ଭାବେ ଘୋଷଣା ହୋଇ ନ ଥିଲେ ହେଁ ମଧ୍ୟାହ୍ନ ସୁଦ୍ଧା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ କଞ୍ଜରଭେଟିଭ ପାର୍ଟିକୁ ବହୁମତ ମିଳିସାରିଛି। ମୋଟ ୬୫୦ ଆସନରୁ ଜନସନଙ୍କ ପାର୍ଟି ୩୨୬ ଆସନରେ ବିଜୟ ଲାଭ କରିଛି। ଅନ୍ୟପଟେ ବିରୋଧୀ ଲେବର ପାର୍ଟି ପାଖାପାଖି ୨୦୦ ଆସନରେ ବିଜୟୀ ହୋଇଛି। ବୋରିସ ଜନସନଙ୍କ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସନ ଏବଂ କଞ୍ଜରଭେଟିଭ ପାର୍ଟିକୁ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। ମୋଦୀ କହିଛନ୍ତି, ବୋରିସ ଜନସନ ପ୍ରଚଣ୍ଡ ବହୁମତ ସହିତ ପ୍ରଧାନମନ୍ତ୍ରୀ ଭାବେ ଫେରିଥିବାରୁ ବହୁତ ବହୁତ ଶୁଭେଚ୍ଛା। ମୁଁ ତାଙ୍କୁ ଶୁଭକାମନା ଜଣାଉଛି ଏବଂ ଭାରତ-ବ୍ରିଟେନ ସମ୍ପର୍କ ପାଇଁ ଏକାଠି ମିଶି କାମ କରିବା ଲାଗି ତତ୍ପର ଅଛି।

Comments are closed.