ଭୋଟ ଦେଲେ ପ୍ରଧାନମନ୍ତ୍ରୀ; ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଜନସାଧାରଣଙ୍କୁ ପରାମର୍ଶ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ନିଜର ମତଦାନ କରିଛନ୍ତି। ସକାଳୁ ପ୍ରଧାନମନ୍ତ୍ରୀ ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ସନିପ ବୁଥରେ ମତଦାନ କରିଥିଲେ। ମତଦାନ କରିବା ପରେ ମୋଦୀ ବୁଥ୍‌ରୁ ବାହାରି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ ଯେ, ମୁଁ ମୋ କର୍ତ୍ତବ୍ୟ ପୂରଣ କରିଥିବାରୁ ଗର୍ବ ଅନୁଭବ କରୁଛି। ଗାନ୍ଧୀନଗର ମାଟିରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲି। ଦେଶର ସମସ୍ତ ନାଗରିକ ଏହି ମହାପର୍ବରେ ସାମିଲ ହୁଅନ୍ତୁ। ଲୋକେ ବୁଝିବିଚାରି ମତଦାନ କରନ୍ତୁ ବୋଲି ମୋଦୀ ପରାମର୍ଶ ଦେଇଥିଲେ। ସେହିପରି ଏଥର ନୂଆ ଭୋଟରମାନେ ଶତପ୍ରତିଶତ ମତଦାନ ପାଇଁ ସଙ୍କଳ୍ପ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ କରିଥିଲେ।

Comments are closed.