ବିବାଦୀୟ ପ୍ରଶ୍ନ ସହ ‘ଟାଇମ’ ପତ୍ରିକାର ପ୍ରଛଦପଟ୍ଟରେ ମୋଦୀ

ନୂଆଦିଲ୍ଲୀ : ଆମେରିକାର ପ୍ରସିଦ୍ଧ ‘ଟାଇମ’ପତ୍ରିକାର ପ୍ରଛଦପଟ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନ ପାଇଛନ୍ତି। ତେବେ ତାଙ୍କ ଉପରେ ଏକ ବିବାଦୀୟ ପ୍ରଶ୍ନ ସହ ଏହି ଫଟୋ ସ୍ଥାନପାଇଛି। ‘ଟାଇମ’ ପତ୍ରିକା ମୋଦୀଙ୍କ ଫଟୋ ସହ ଏକ ପ୍ରଶ୍ନ ଲେଖିଛି ତାହା ହେଉଛି, ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର, ଆଗାମୀ ପାଞ୍ଚ ବର୍ଷ ପାଇଁ କ’ଣ ମୋଦୀ ସରକାରଙ୍କୁ ସହି ପାରିବ? ପତ୍ରିକାର ଶୀର୍ଷକ ରହିଛି ‘ଇଣ୍ଡିଆଜ ଡିଭାଇଡର ଇନ ଚିଫ୍‍’ ଏହାର ଅର୍ଥ ‘ଭାରତକୁ ଭାଗଭାଗ କରିବାରେ ମୁଖ୍ୟ’।
ବ୍ରିଟିଶ ସାମ୍ବାଦିକ ଆତୀଶ ତସୀର ଏହି ପତ୍ରିକାରେ ମୋଦୀଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳକୁ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ଏଥିରେ ନେହେରୁଙ୍କ ଶାସନ ସମୟରେ ଭାରତର ସାମାଜିକ ସ୍ଥିତି ଏବଂ ବର୍ତ୍ତମାନ ସାମାଜିକ ସ୍ଥିତି ମଧ୍ୟରେ ଚର୍ଚ୍ଚା କରାଯାଇଛି।
ଏହି ପତ୍ରିକା ମେ ୨୦ ତାରିଖରେ ବଜାରକୁ ଆସିବ। ଲୋକସଭା ନିର୍ବାଚନ-୨୦୧୯ ପାଇଁ ମେ ୧୯ ତାରିଖରେ ଶେଷ ପର୍ଯ୍ୟୟ ମତଦାନ ଗ୍ରହଣ କରାଯାଇ ମେ ୨୩ ତାରିଖରେ ଭୋଟଗଣତି କରାଯିବ।
ସେହିପରି ୨୦୧୫ ମେ ମାସରେ ‘ଟାଇମ’ ପତ୍ରିକା ମୋଦୀଙ୍କ ଉପରେ ଏକ ଖବର ପ୍ରକାଶ କରିଥିଲା। ଯାହାର ଶୀର୍ଷକ ଥିଲା ‘ହ୍ୱାଏ ମୋଦୀ ମ୍ୟାଟର୍ସ?’ ‘କାହିଁକି ମୋଦୀ ଗୁରୁତ୍ୱପୁର୍ଣ୍ଣ’?

Comments are closed.