ଗଞ୍ଜାମ ବ୍ଲକରେ ଆଦର୍ଶ ଛେଳି ଗୁହାଳ ଶୁଭାରମ୍ଭ କଲେ ବିଧାୟକ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଂଚାୟତ ଅରୁଣପୁରଠାରେ ବୁଧବାର ଆଦର୍ଶ ଛେଳି ଗୁହାଳ ଶୁଭାରମ୍ଭ ହୋଇଛି। ଏହାକୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉଦଘାଟନ କରିଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦତ୍ତାତ୍ରୟ ସିନ୍ଧୁ ଭାଉ ସାହେବ, ବିଡିଓ ବିଶ୍ୱଜିତ ରୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ୨୪ ଜଣ ହିତାଧିକାରୀଙ୍କୁ ଆଦର୍ଶ ଗୁହାଳ ହସ୍ତାନ୍ତର କରାଯାଇଛି। ଗୋଟିଏ ଗୁହାଳ ନିମନ୍ତେ ୪୪ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବେଳେ ଗୋଟିଏ ଛେଳି ଏବଂ ଛେଳି ଖାଦ୍ୟ ଦିଆଯାଇଥିଲା। ଆଗରୁ ଗାଈ, ଛେଳିମାନେ ବାହାରେ ରହୁଥିଲେ। ସେମାନଙ୍କ ସୁରକ୍ଷା ପାଇଁ ଏହି ଗୁହାଳ ପ୍ରଯୁଜ୍ୟ। ଏଥିପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି ହିତାଧିକାରୀ। କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଦେବରାଜ ବେହେରା, ସରପଞ୍ଚ ବନିତା ଦଳାଇ, ପୂର୍ଵତନ ସରପଞ୍ଚ ଜୟସେନ ପ୍ରଧାନ, ସିଡିପିଓ ସଲିଳା ପ୍ରଧାନ, ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା, ଓଲଏମ ଅଧିକାରୀ ଜଳନ୍ଧର ମହାରଣା, ଅମୂଲ୍ୟ ଦଳାଇ, ଚନ୍ଦନ କୁମାର ପାଢ଼ୀ ସମେତଙ୍କ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.