ଜୁଲାଇ ୩୧ ଯାଏଁ ରାଜଧାନୀରେ ‘ମୋ ବସ୍’ ସେବା ବନ୍ଦ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଜୁଲାଇ ୩୧ ଯାଏଁ ‘ମୋ ବସ୍’ ସେବା ବନ୍ଦ ରହିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏଁ ଲାଗୁ ହୋଇଛି ଲକ୍‌ଡାଉନ କଟକଣା । ତେବେ ଏହି ସମୟ ମଧ୍ୟରେ ମୋ ବସ୍ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନପୋର୍ଟ ବା କ୍ରୁଟ୍ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି। ତେବେ ଲକ୍‌ଡାଉନ୍ ପାଇଁ ‘ମୋ ବସ୍’ ସେବା ବନ୍ଦ ରହୁଥିବା କାରଣରୁ ବିମାନ ବନ୍ଦର ତଥା ରେଳ ଷ୍ଟେସନରେ ବାହାରୁ ଆସି ପହଞ୍ଚୁଥିବା ଯାତ୍ରୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥି  ପାଇଁ ସଟଲ୍ ସେବାର ବ୍ୟବସ୍ଥା କରାଯାଇଥିବା କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.