ରାଜ୍ୟରେ ପ୍ରଥମ, ପଞ୍ଚାୟତରେ ଆରମ୍ଭହେଲା ମୋବାଇଲ ଅଭିଯୋଗ ସେବା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଗଜବାହାଲ ପଞ୍ଚାୟତରେ ଆରମ୍ଭ ହୋଇଛି ମୋବାଇଲ ଅଭିଯୋଗ ସେବା। ପଞ୍ଚାୟତସ୍ତରରେ ମୋବାଇଲ ଫୋନ ଜରିଆରେ ଅଭିଯୋଗ ଗ୍ରହଣ କରିବା ରାଜ୍ୟରେ ଏହା ପ୍ରଥମ। ନୂତନବର୍ଷରେ ଆରମ୍ଭ ସହ ଜନସେବା ଉଦ୍ଦେଶ୍ୟରେ ପଞ୍ଚାୟତ କର୍ତ୍ତୃପକ୍ଷ ୨୪ ଘଣ୍ଟିଆ ମୋବାଇଲ ଅଭିଯୋଗକୁ ଆରମ୍ଭ କରିଛନ୍ତି।

ଗଜବାହାଲ ସରପଞ୍ଚ ପୂଜା ସାହୁ ଏବଂ ନିର୍ବାହୀ ଅଧିକାରୀ ପାର୍ଥ ରଣା ଉକ୍ତ ମୋବାଇଲ ନମ୍ବରକୁ ଲୋକାର୍ପିତ କରିଥିଲେ। ଏହି ମୋବାଇଲ ନମ୍ବରରେ ପଞ୍ଚାୟତବାସୀ ଯେକୌଣସି ଅଭିଯୋଗ ପାଇଁ ମିସଡ୍‌କଲ୍‌ କଲେ ତା’ର ସମାଧାନ ପାଇଁ ପଦକ୍ଷେପ ନିଆଯିବ। କାର୍ଯ୍ୟକ୍ରମ ପରିଚାଳନାରେ ଜିଆରଏସ ସୀତାରାମ ପାତ୍ର ସହଯୋଗ କରିଥିଲେ।

Comments are closed.