ମା’ ମାଟିକୁ ଭୁଲି ହୁଏନା, ସୁଦୂର ସ୍ୱିଡ଼େନରୁ ଉତ୍କଳ ଦିବସରେ ଶୃତକୀର୍ତ୍ତିଙ୍କ ‘ମୋ ଓଡିଶା’ ଆମ ଓଡ଼ିଶାନିଉଜ ଆଲର୍ଟ By ସମାଜ ପୋର୍ଟାଲ ଡେସ୍କ Last updated Apr 1, 2021 Share Related Posts ଦିଲ୍ଲୀ ଏବଂ ଏନସିଆରରେ ବାୟୁସେନା ପହଞ୍ଚାଇବ… Apr 22, 2021 ଦିଲ୍ଲୀ ପାଇଁ ଅକ୍ସିଜେନ କୋଟା ବୃଦ୍ଧି କଲେ… Apr 22, 2021 ଯିଏ ଯେଉଁଠି ରହିଥାଉ, ଦେଶ ଭିତରେ ହେଉ କି ବିଦେଶରେ, ମା’ ଓ ମାଟିକୁ କେବେ ଭୁଲି ହୁଏନା। ନିଜ ଚିନ୍ତା ଓ ଚେତନାରେ ଆପଣା ଲୋକଙ୍କ କଥା, ସଂସ୍କୃତି, ବାର ମାସରେ ତେର ପର୍ବ ଓ ମାତୃଭାଷାର ମହକ ତା ପ୍ରିୟ ମାଟିକୁ ଆପଣାର କରି ରଖିଥାଏ। ଆଜି ଉତ୍କଳ ଦିବସ ଅବସରରେ ସୁଦୂର ସ୍ୱିଡ଼େନର ଗୋଥେନବର୍ଗରେ କାର୍ଯ୍ୟ କରୁଥିବା ଓଡ଼ିଶାର ଝିଅ ଶୃତକୀର୍ତ୍ତି ମନେ ପକାଉଛନ୍ତି ନିଜ ମା’ ମାଟି ଓଡିଶାକୁ। ସେ ଏକ ଭିଡିଓରେ ‘ମୋ ଓଡିଶା’ ଗୀତ ଗାଇବା ସହ ଉତ୍କଳ ଦିବସର ବାର୍ତ୍ତା ପ୍ରଚାର କରିଛନ୍ତି। ଇନଫୋସିସ ପକ୍ଷରୁ ଚୟନ ହେବା ପରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ରାହାଣିଆ ଗ୍ରାମର ସୁଧୀର ଚନ୍ଦ୍ର ବେହୁରା ଓ ପ୍ରତିମା ବେହୁରାଙ୍କ ବଡ ଝିଅ ଶୃତକୀର୍ତ୍ତି ବେହୁରା ଗତ ଦୁଇ ବର୍ଷ ସୁଦୂର ସ୍ୱିଡ଼େନରେ କାର୍ଯ୍ୟରତ ଅଛନ୍ତି। ସେ କହିଛନ୍ତି ଯେ ଆଜି ଉତ୍କଳ ଦିବସରେ ସେ ଯଦିଓ ଓଡ଼ିଶାରେ ନାହାନ୍ତି କିନ୍ତୁ ତାଙ୍କର ପ୍ରତ୍ୟକଟି ଭାବନାରେ ସେ ନିଜ ପ୍ରଦେଶର ମାଟି, ପାଣି, ପବନର ଅପୂର୍ବ ଆନନ୍ଦ ଅନୁଭବ କରୁଛନ୍ତି। ଓଡ଼ିଆ ଭାଷାକୁ ମିଠା ଭାଷା କହିବା ସହ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁ ମହାମନିଷୀମାନେ ଯୋଗ ଦେଇଥିଲେ, ସେ ସେମାନଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। Share FacebookTwitterWhatsApp