ମୋ’ କଲେଜ ଅଭିଯାନ ଲାଗୁ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ

ଭୁବନେଶ୍ବର :ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମୋ’ କଲେଜ ଅଭିଯାନକୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଲାଗୁ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି। ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ମଙ୍ଗଳବାର ଚିଠି ଲେଖିଛନ୍ତି। ପୁରାତନ ଛାତ୍ରଛାତ୍ରୀ କିଭଳି ଭାବେ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଉନ୍ନତିରେ ସାମିଲ ହୋଇପାରିବେ ସେ ଦିଗରେ କର୍ତ୍ତୃପକ୍ଷ କାମ‌ କରିବେ। ଚଳିତ ମାସ ୬ରେ ଅନୁଷ୍ଠିତ ମୋ’ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ବନ୍ଧରେ ନିଷ୍ପତ୍ତି ନିଆଯାଇଛି। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରେ ଶିକ୍ଷାନୁଷ୍ଠାନରେ କମିଟି ଗଠନ କରାଯିବ। ଏହି କମିଟି ସଙ୍କଳ୍ପନାମରେ କାର୍ୟ୍ୟକ୍ରମ ସମ୍ବନ୍ଧରେ ସବିଶେଷ ତଥ୍ୟ ରହିବ। ଆଗାମୀ ଦିନରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପୁରାତନ ଛାତ୍ରଛାତ୍ରୀଙ୍କର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବା ସହ ମୋ କଲେଜ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌ କରିବେ। ପ୍ରତିମାସରେ ଅତିକମ୍‌ରେ ୩ ଘଣ୍ଟା ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଛାତ୍ରଛାତ୍ରୀଙ୍କର ପ୍ରେରଣାଦାୟୀ କ୍ୟାରିୟର କାଉନସିଲିଂ କାର୍ୟ୍ୟକ୍ରମ କରାଯିବ।

Comments are closed.