୧୯ରୁ ଚାଲିବ ମୋ ବସ୍‌

ଭୁବନେଶ୍ବର: ୧୯ରୁ ଭୁବନେଶ୍ବରରୁ କଟକ ଓ ଖୋର୍ଦ୍ଧାକୁ ଗଡ଼ିବ ମୋ ବସ୍‌। ସରକାର ସାରା ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ କରିବାକୁ ଅନୁମତି ପ୍ରଦାନ କରିବା ପରେ ମୋ ବସ୍‌ ଚଳାଇବା ପାଇଁ କ୍ରୁଟ୍‌ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତାଲାବନ୍ଦ ଓ ସପ୍ତାହାନ୍ତ ବନ୍ଦରେ ଯେଉଁ ପରି ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିମାନ ଓ ରେଳ ଯାତ୍ରୀଙ୍କ ନିମନ୍ତେ ମୋ ବସ୍‌ ସେବା ଜାରି ରହିଥିଲା ସେହିପରି ଜାରି ରହିବ। ମାଷ୍ଟରକ୍ୟାଣ୍ଟିନ ରେଳ ରହଣିସ୍ଥଳରେ ଖୋର୍ଦ୍ଧା ଓ କଟକକୁ ଯିବା ପାଇଁ ବିମାନ ଓ ରେଳରେ ଆସୁଥିବା ଯାତ୍ରୀଙ୍କୁ ପରିବହନ କରିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.