ପ୍ରବାସୀଙ୍କୁ କାମ: ମନରେଗା ଶ୍ରମଦିବସ ଦିନକୁ ୨୦ ଲକ୍ଷକୁ ବଢ଼ିବ

ଭୁବନେଶ୍ବର: ବର୍ତ୍ତମାନ ୧୭ଟି ଜିଲ୍ଲାରେ ୩.୮୫ ଲକ୍ଷ ମେଟି୍ରକ୍ ଟନ୍ ଧାନ ସଂଗ୍ରହ କରାଯାଇଛି ଏବଂ ଏହା ଗତବର୍ଷଠାରୁ ୪୦ ପ୍ରତିଶତ ଅଧିକ। ଚାଷୀମାନଙ୍କ ବ୍ୟାଙ୍କ ଜମାଖାତାକୁ ଧାନ ସଂଗ୍ରହ ବାବଦରେ ୫୨୧ କୋଟି ଟଙ୍କା ପ୍ରଦାନ କରାଯାଇପାରିଛି।
ମନରେଗା ଯୋଜନାରେ ବର୍ତ୍ତମାନ ଦୈନିକ ୧୦ ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଥିବାବେଳେ ଏହାକୁ ଦୈନିକ ୨୦ ଲକ୍ଷ ଶ୍ରମଦିବସକୁ ବୃଦ୍ଧି କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ସଂଜୟ କୁମାର ସିଂ ସୂଚନା ଦେଇଛନ୍ତି।