ମନରେଗାରେ ଦୁର୍ନୀତିକୁ ନେଇ ଓଡିଶା ୱେଲଫେୟାର ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମନରେଗାରେ ଦୁର୍ନୀତି ଓ ଧମକକୁ ନେଇ ଓଡିଶା ୱେଲଫେୟାର ଆସୋସିଏସନ ଟ୍ରଷ୍ଟ ପକ୍ଷରୁ ବ୍ଲକ ଓ ଥାନାରେ ଲିଖିତ ଅଭିଯୋଗ । ଆଜି ଓଡିଶା ୱେଲଫେୟାର ଆସୋସିଏସନ ଟ୍ରଷ୍ଟ ଅଧ୍ୟକ୍ଷ କରୁଣାକର ଟାକିରିଙ୍କ ତତ୍ତ୍ୱାବଧାନରେ ସଂଘର ସମସ୍ତ କର୍ମକର୍ତ୍ତା ଗୁଣ୍ଡିଚା ମନ୍ଦିର ନିକଟରେ ଉପସ୍ଥିତ ରହି ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ପ୍ରଥମେ ଥାନାକୁ ଯାଇ ଲିଖିତ ପତ୍ର ପ୍ରଦାନ କରିଥିଲେ । ଥାନା ଅଧିକାରୀ ସୁକୁମା ହାଂସୁଦଙ୍କ ଅନୁପସ୍ଥିତିରେ ଏଏସଆଇ ଖଗପତି ହଲୁଆଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ଏହାପରେ ବ୍ଲକ ଯାଇ ବିଡ଼ିଓ ସୁଧାକର ରଇତଙ୍କୁ ଲିଖିତ ପତ୍ର ପ୍ରଦାନ କରିବା ବେଳେ ତିନି ଦିନ ପରେ ଗ୍ରହଣ କରିବି ବୋଲି କହିଥିବା ଓଡିଶା ୱେଲଫର ଆସୋସିଏସନର ଅଧ୍ୟକ୍ଷ କହିଥିଲେ । ଉକ୍ତ ପତ୍ରରେ ମନରେଗା ଆଇନ ଧାରା ୨୦୦୫ ଅନୁସାରେ ଗ୍ରାମାଞ୍ଚଳରେ ବାଶ୍ଵାସ କରୁଥିବା ଗରିବ, ଅଶିକ୍ଷିତ, ଜବକାର୍ଡ ଅନକୁସଲି ଶ୍ରମିକମାନେ୧୦୦ ଦିନର କର୍ମ ନିଯୁକ୍ତି ପାଇବା ପାଇଁ ସରକାର ନିଶ୍ଚିତ କର୍ମ ନିଯୁକ୍ତି ପ୍ରତିଶୃତି ଦେଇଛନ୍ତି । ବୁଡ଼ାଗୁଡା, ସୁନଖଣ୍ଡି, ପଲମା, ନାରାୟଣପୁର ଓ ସେରିଗୁମ୍ମା ପଞ୍ଚାୟତର ଶହ ଶହ ସଂଖ୍ୟାର ଶ୍ରମିକମାନେ ଦାବି କରିଛନ୍ତି । ପ୍ରାୟ ୬ ମାସ ବିତିଗଲାଣି କିନ୍ତୁ କାମ ପାଇପାରୁ ନାହାନ୍ତି । ଯାହା ଫଳରେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ମନରେଗାରେ ଅଶିକ୍ଷିତ ଶ୍ରମିକଙ୍କ ନାମରେ ମିଛ ମାଷ୍ଟର ରୋଲ ବାହାର କରି ଲକ୍ଷ ଲକ୍ଷ ଟଙ୍କା ହଡପ କରି ଚାଲିଛନ୍ତି । ସେରିଗୁମ୍ମାରେ ମନରେଗା କାମ ଚାଲିଛି। ସେଥିରେ ଲୋକଙ୍କୁ ନିଯୁକ୍ତି ନ ଦେଇ ଜେସିବି ଓ ଟ୍ରାକ୍ଟରରେ କାମ କରୁଛନ୍ତି । ଏହାକୁ ନେଇ ଅନୁଷ୍ଠାନର କର୍ମଚାରୀ ଠିକାଦାରଙ୍କୁ ଅଧିକାର ଓ କର୍ତ୍ତବ୍ୟ ସମ୍ୱନ୍ଧରେ କହିବା ବେଳେ ତାଙ୍କୁ ଧମକ ଚମକ ଦେଇ ଜୀବନରେ ମାରିଦେବା ପାଇଁ ଚେତାବନୀ ଦେଇଛନ୍ତି । ୨୦୨୦ /୨୧ ଆଥିକ ବର୍ଷରେ କୌଣସି ଶ୍ରମିକ କାମ ଦାବି କରିନାହାନ୍ତି । ଜାଲ ଡିମାଣ୍ଡ କରି ଶ୍ରମିକଙ୍କ ଟଙ୍କା ଉଠାଇ ନେଇଛନ୍ତି । ମୁଖ୍ୟମନ୍ତ୍ରୀ କରୋନା ସମୟରେ କର୍ମ ଜୀବିକା ହରାଇଥିବା ମନରେଗା ଶ୍ରମିକଙ୍କୁ୧୦୦ ଦିନର କାମ ପାଇଥିବା ହେତୁ ଅତିତିକ୍ତ ୫୦ ଟଙ୍କା ମଜୁରୀ ଦେଇଛନ୍ତି ତାହା ଶ୍ରମିକମାନେ କେବେ ପାଇବେ । ଏହିପରି ଅଶିକ୍ଷିତ, ଗରିବ, ଖଟିଖିଆ ଶ୍ରମିକମାନଙ୍କୁ ଅନ୍ୟାୟ ଅତ୍ୟାଚାର କରାଯାଏ ତେବେ ଶ୍ରମିକ ଆନ୍ଦୋଳନ କରାଯିବ ବୋଲି ଉଲ୍ଲେଖ କରିଛନ୍ତି । ଏଥିରେ ପଞ୍ଚାୟତ ସଂଯୋଜକ ବିଜୟ ମହାନନ୍ଦିଆ, ବ୍ଲକ ସଂଯୋଜକ ହରିହର ହିକକା, ପାଣ୍ଡବ ହିକକା, ପରମେଶ୍ୱର ପିଡ଼ିସିକା, କମଲ ରାନା, ବିଷମ କଟକ ବ୍ଲକ ସଂଯୋଜକ ଜିତେନ୍ଦ୍ର କୌଶଲ୍ୟା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.