୬ କୋଟିର ୩ଟି ପ୍ରକଳ୍ପ ଶୁଭଦଘାଟନ କଲେ ବିଧାୟକ ଏବଂ ସାଂସଦ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ତରଫରୁ ଆଜି ୨ଟି ବ୍ଲକ ର ଛଅ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ୩ଟି ପ୍ରକଳ୍ପର ଶୁଭଦଘାଟନ କଲେ ବିଧାୟକ ଏବଂ ସାଂସଦ। ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ତରଫରୁ ଚାଷୀଙ୍କ ପାଇଁ ମକାମଣ୍ଡି ପାଇଁ ୫୦୦ ମେଟ୍ରିକ ଟନ ର ଗୋଦାମ ଗୃହର ଆବଶ୍ୟକତା କୁ ଦୃଷ୍ଟି ରେ ରଖି ପ୍ରଥମ ପର୍ଯ୍ୟୟରେ ପାପଡାହାଣ୍ଡି ଲ୍ୟାମ୍ପ ଅଧିନସ୍ତ ଜାମ୍ବଗୁଡ଼ା ଛକ ନିକଟରେ ୨କୋଟି ୬୯ ଲକ୍ଷ ୧୫ ହଜାର ଟଙ୍କା ବ୍ୟୟ ରେ ୫୦୦ ମେଟ୍ରିକ ଟନ ବିଶିଷ୍ଟ ଗୋଦାମ ଗୃହ ସାଙ୍ଗକୁ ମକା ରଖିବାକୁ ୟାର୍ଡ଼, କୋଡୀଙ୍ଗା ଆରଏମସି ବଜାର ପରିସରରେ ୧କୋଟି ୯୪ ଲକ୍ଷ ୪୨ ହଜାର ୭୦୩ ଟଙ୍କା ବ୍ୟୟରେ ଏକ ୫୦୦ ମେଟ୍ରିକ ଟନ ଗୋଦାମ ଗୃହ ସହ ୟାର୍ଡ଼ ଏବଂ କୋଷଗୁମୁଡା ବସଷ୍ଟାଣ୍ଡ ପାଖରେ ୧କୋଟି ୮୨ ଲକ୍ଷ ୯୧ ହଜାର ୯୫୧ ଟଙ୍କା ବ୍ୟୟରେ ଏକ ୫୦୦ମେଟ୍ରିକ ଟନ ଗୋଦାମ ଗୃହ ସହ ୟାର୍ଡ଼ ଏବଂ ୩୦ଟି ଦୋକାନ ଷ୍ଟଲ ଗୃହ ନିମନ୍ତେ ଆଜି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଏବଂ ସ୍ଥାନୀୟ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୩ଟି ସ୍ଥାନରେ ହେବାକୁ ଥିବା ଗୋଦାମ ଗୃହ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଗୋଦାମ ଗୃହ ହେବାଦ୍ବାରା ଅଂଚଳର ଚାଷୀ ଉପକୃତ ହେବାସହ ଲାଭବାନ ହୋଇପାରିବେ ବୋଲି ସାଂସଦ ଓ ବିଧାୟକ କହିଥିଲେ ଜ୍ଝ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ଚେୟାରମେନ ଭଗବତୀ ଭତରା, ଉପ ସଭାପତି ନିବେଦିତା ମହାନ୍ତି,  ଆରଏମସି ଚେୟାରମ୍ୟାନ ତଥା ଉପଜିଲ୍ଲାପାଳ ଭାସ୍କର ରଇତ, ସମ୍ପାଦକ ଚନ୍ଦ୍ର ସେଠିଆ, ବଡ଼ ବାବୁ, ବଦ୍ରି ନାରାୟଣ ସିଂ, ବିଦ୍ୟାଧର ମଲିକ, ତ୍ରିନାଥ ପ୍ରଧାନ, ଲିଙ୍ଗରାଜ ଭତରା, ଆରଏମସି ଏବଂ ଲ୍ୟାମ୍ପ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.