ବିଧାୟକଙ୍କ ଦୁର୍ଗମ କଦୋଦରା ଓ କୁସୁମଖୁଣ୍ଟା ଗସ୍ତ

ପାପଡାହାଣ୍ଡି : ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଗୁରୁବାର ପାପଡାହାଣ୍ଡି ବ୍ଲକର ମଇଦଲପୁର ପଞ୍ଚାୟତର କଦୋଦରା ଓ କୁସୁମଖୁଣ୍ଟା ଗ୍ରାମ ଗସ୍ତ କରିଥିଲେ। ଏହି ସମୟରେ ଲୋକ ମାନଙ୍କ ମୌଳିକ ସମସ୍ୟା ନେଇ ଆଲୋଚନା କରିଥିଲେ। ଗ୍ରାମ ଗୁଡିକରେ ରହିଥିବା ବିଭିନ୍ନ ସମସ୍ୟାର ପର୍ଯ୍ୟାୟ କ୍ରମେ ପାଳନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରଥମେ କଦୋଦରା ଯାଇ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ନୂତନ ନଳକୂପର ଶୁଭାରମ୍ଭ କରିଥିଲେ। କୁସୁମଖୁଣ୍ଟାର ପାଇକ ସାହି ଓ ସାନ୍ତା ସାହି ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ତିନୋଟି ପଡାର ଲୋକେ ଅନ୍ଧକାରରେ ରହୁଥିବାରୁ ପଡା ଗୁଡିକରେ ଖୁବ ଶୀଘ୍ର ସୌର ବିଦ୍ୟୁତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ସେହିପରି କୁନି କୁନି ପିଲାମାନେ ଅଙ୍ଗନବାଡି ସୁବିଧାରୁ ବଞ୍ଚିତ ହୋଇ ରହିଥିବାରୁ ଏକ ମିନି ଅଙ୍ଗନୱାଡି ନିର୍ମାଣ ଲାଗି ପ୍ରତିଶୃତି ଦେଇଥିଲେ। ଏହି ଅବସରରେ ଗ୍ରାମବାସୀ ବିଧାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଧାୟକଙ୍କ ସହ ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ସରପଞ୍ଚ ଚନ୍ଦ୍ର ଧ୍ୱଜ ମାଝୀ, ପରେଶ ଜେନାଙ୍କ ସହ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।
Related Posts

Comments are closed.