ବିଧାୟକ ସୁଶାନ୍ତ ରାଉତ ବିଜେଡ଼ିର ଭୁବନେଶ୍ବର ସାଙ୍ଗଠନିକ ଜିଲା ସଭାପତି

ଭୁବନେଶ୍ବର: ପ୍ରଥମଥର ବିଧାୟକ ରୂପେ ନିର୍ବାଚିତ ହୋଇଥିବା ସୁଶାନ୍ତ କୁମାର ରାଉତଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି  ନବୀନ ପଟ୍ଟନାୟକ । ଭୁବନେଶ୍ବର ସାଙ୍ଗଠନିକ ଜିଲାର ସଭାପତି ରୂପେ ଭୁବନେଶ୍ବର-ଉତ୍ତର ବିଧାୟକ ସୁଶାନ୍ତଙ୍କୁ ନିଯୁକ୍ତି ମିଳିଛି । ଅନୁରୂପ ଭାବରେ ବିରଞ୍ଚି ନାରାୟଣ ସୂପକାରଙ୍କୁ କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦିଆଯାଇଛି । ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments
Loading...