ବିଧାୟକଙ୍କ ହାତପାଣ୍ଠି ୩ କୋଟିକୁ ବଢ଼ିଲା

ଭୁବନେଶ୍ଵର: ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟରେ ବିଧାୟକମାନଙ୍କ ହାତ ପାଣ୍ଠିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ବିଧାୟକଙ୍କ ହାତପାଣ୍ଠି ୧ କୋଟି ଥିବାବେଳେ ଏହାକୁ ବୃଦ୍ଧି କରାଯାଇ ୩ କୋଟି କରାଯାଇଛି। ଏହି ଅର୍ଥ ମଧ୍ୟରୁ ବିଧାୟକମାନେ ୨ କୋଟି ଟଙ୍କା ସାଧାରଣ ଉନ୍ନୟନ କାର୍ଯ୍ୟରେ ବିନିଯୋଗ କରିପାରିବେ। ମଙ୍ଗଳବାର ବିଧାନସଭାରେ ବଜେଟ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Comments
Loading...