ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଉଦଘାଟିତ

ସୁଆଣ୍ଡୋ :  ପୁରୀ ଜିଲା ସତ୍ୟବାଦୀ ବ୍ଳକରେ ଗୁରୁବାର ବିଧାୟକ ଉମାକାନ୍ତ ସାମନ୍ତରାୟ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ସାରୁଗାଡିଆ ଛକ ନିକଟରୁ ବିଧାୟକଙ୍କୁ ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତିଙ୍କ ନେତୃତ୍ବରେ ବିଧାୟକଙ୍କ ସହିତ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବ୍ଲକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ଜିଲାପରିଷଦ ସଭ୍ୟ ପ୍ରହଲାଦ ଘଟୁଆରୀ ଓ ଜିଲାପରିଷଦ ସଭ୍ୟଙ୍କ ପ୍ରତିନିଧି ଦେବାଶିଷ ରାୟଙ୍କ ସହିତ ଶତାଧିକ ବିଜେଡି କର୍ମୀ ଏକ ମଟର ସାଇକେଲ ରାଲିରେ ପାଛୋଟି ନେଇଥିଲେ। ଶ୍ରୀରାମଚନ୍ଦ୍ର ପୁର ପଞ୍ଚାୟତର ନହଳା ଗ୍ରାମରେ ବିଧାୟକ ଭୋଜନ ଗୃହ ଉଦଘାଟନ କରିଥିଲେ। ଆୟୋଜିତ ସଭାରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ଯୋଜନା ସଂପର୍କରେ ଉଦବୋଧନ ଦେଇଥିଲେ । ସେହିପରି ଶ୍ରୀରାମଚନ୍ଦ୍ର ପୁର ଗ୍ରାମର ଗୋପୀନାଥଙ୍କ ମନ୍ଦିର ନିକଟରେ କମ୍ୟୁନିଟି ହଲ ଅଙ୍ଗନବାଡି ନଂ-୨ର ଗୃହ ଓ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଭିଏଲଡବଲ୍ୟୁ କ୍ୱାର୍ଟର ଉଦଘାଟନ କରିଥିଲେ। ସ୍ଥାନୀୟ ସରପଞ୍ଚ ମଳୟ ମ଼ଞ୍ଜରୀ ମୁଦୁଲି ଉପସ୍ଥିତ ରହିଥିଲେ ।

Comments are closed.