ମାଗଣାରେ ଜାତୀୟ ପତାକା ଯୋଗାଇଦେବେ ମିଶନ ଶକ୍ତି ଗୋଷ୍ଠୀ

ରାଜ୍ୟବାସୀଙ୍କୁ ତ୍ରିରଙ୍ଗା କିଣିବାକୁ ପଡିବ ନାହିଁ

ଭୁବନେଶ୍ୱର : ସାରା ଦେଶ ଚଳିତ ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଏଥିପାଇଁ ଦେଶ ବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖା ଦେଇଛି । ‘ହର ଘର ତ୍ରିରଙ୍ଗା’ ପାଳନ ପାଇଁ ସରକାରୀ ଓ଼ ବେସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।

ସ୍ୱାଧୀନତାର ୭୫ତମ ପୂର୍ତ୍ତି ଉତ୍ସବ ଅବସରରେ ଓଡିଶା ବାସୀଙ୍କୁ ମାଗଣାରେ ଜାତୀୟ ପତାକା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ରାଜ୍ୟର ମିଶନ ଶକ୍ତିର ମାଆ ମାନଙ୍କୁ ଜାତୀୟ ପତାକା ତିଆରି ଓ଼ ବଣ୍ଟନ ଦାୟିତ୍ୱ ଦିଆଯାଇଛି।
ସୂଚନା ଯୋଗ୍ୟ, ମିଶନ ଶକ୍ତିର ମାଆ ମାନେ ୩୦ ଲକ୍ଷ ତ୍ରିରଙ୍ଗା ପ୍ରସ୍ତୁତ କରିଛନ୍ତି ଏବଂ ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ଅନୁଦାନ ଯୋଗାଇ ଦେଇଛନ୍ତି।

Comments are closed.