ସର୍ଟ ଷ୍ଟେ ହୋମ କୁ ଗଲେ ନିଖୋଜ ଥିବା ମହିଳା 

ବେଗୁନିଆ : ଗତ ୨୦ ତାରିଖ ଠାରୁ ନିଖୋଜ ଥିବା ଜଣେ ମହିଳାଙ୍କୁ ବେଗୁନିଆ ପୋଲିସ ଉଦ୍ଧାର କରିବା ପରେ ସେ ତାଙ୍କ ଶାଶୁ ଘରକୁ ଯିବାକୁ ମନା କରିବାରୁ ପୋଲିସ ତାଙ୍କୁ ଖୋର୍ଧାସ୍ଥିତ ସର୍ଟ ଷ୍ଟେ ହୋମ କୁ ଆଜି ପଠାଇ ଦେଇଛି l ବେଗୁନିଆ ବ୍ଲକ ବାଘମାରୀ ଥାନା ଅନ୍ତର୍ଗତ ବାଘମାରୀ ଗ୍ରାମର ପ୍ରକାଶ ସେଠୀଙ୍କ ପତ୍ନୀ ଶୁଭଲଷ୍ମୀ ସେଠୀ ଗତ ୨୦ ତାରିଖ ଦିନ ନିଜ ବାପ ଘର ବେଗୁନିଆକୁ ଆସି ସକାଳ ୮ ଟାରେ ବେଗୁନିଆ ଥାନା ନିକଟରେ ସୁନlଖଳା ଅଭିମୁଖେ ଯିବା ପାଇଁ ଏକ ଧଳା ରଙ୍ଗର କାରକୁ ଲିଫ୍ଟ ମାଗି ସେହିଦିନଠାରୁ ନିଖୋଜ ହୋଇଯାଇଥିଲେ l ବହୁ ଖୋଜାଖୋଜି ପରେ ତାଙ୍କ ସ୍ୱାମୀ ତାଙ୍କୁ ନପାଇବାରୁ କେହି ତାଙ୍କୁ ଅପହରଣ କରି ନେଇଥିବାର ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଅଭିଯୋଗ ପାଇ ମ୍ୟାନ ମିସିଙ୍ଗ ରେ୧୩/୨୧ନଂ କେଶ ରୁଜୁ କରି ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଲାଗି ପଡିଥିଲା l ବୈଦେଶ୍ୱର ଥାନା ଅନ୍ତର୍ଗତ ପଥୁରିପଡ଼ା ଗ୍ରାମର କମଳ ଦାସଙ୍କ ପାଖକୁ ସମ୍ପୃକ୍ତ ମହିଳା ତାଙ୍କ ମାଙ୍କ ଫୋନରୁ ବାରମ୍ବାର କଥା ହୋଇଥିବାର ପୋଲିସ ଜାଣିବାକୁ ପାଇବା ପରେ ସେହି ଫୋନକୁ ଟ୍ରାକିଂ କରି ଗତ ୨୫ତାରିଖରେ ୱେଷ୍ଟ ବେଙ୍ଗଲରେରହୁଥିବା କମଳ ଦାସଙ୍କ ନିକଟରେ ପଂହଁଚିଥିଲl lତାଙ୍କଠାରୁ ଖବର ପାଇ ମହିଳା ଜଣକ ରହୁଥିବା ସ୍ଥାନରେ ପହଂଚି ତାଙ୍କୁ ଉଦ୍ଧାର କରି ଆଜି ସକାଳେ ବେଗୁନିଆ ଥାନାକୁ ଆଣି ଆସିଥିଲା l ଶାଶୁଘର ଲୋକମାନେ ମହିଳାଙ୍କୁ ଭଲପାଉନଥିବାରୁ ସେ ସ୍ୱାମୀଙ୍କ ପାଖରେ ରହିବେ ନାହିଁ କିମ୍ବା କାହା ସାଙ୍ଗରେ ଯିବା ପାଇଁ ମନା କରିବାରୁ ପୋଲିସ ଆଜି ତାଙ୍କୁ ଖୋର୍ଦ୍ଧାସ୍ଥିତ ସର୍ଟ ଷ୍ଟେ ହୋମ କୁ ପଠାଇଦେଇଛି l

Comments are closed.