ପିଉସୀ ଘରକୁ ବୁଲିବାକୁ ଯାଇ ନାବାଳକ ନିଖୋଜ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆପଦର ଅଞ୍ଚଳରୁ ଜଣେ ୧୨ ବର୍ଷର ନାବାଳକ ନିଖୋଜ ହେବା ଘଟଣାକୁ ନେଇ ଅଂଚଳାରେ ଚର୍ଚ୍ଚାର ବିଷୟ ପାଲଟିଛି। ନିଖୋଜ ନାବାଳକ ଜଣକ ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଂଚାୟତ ବବଡିଙ୍ଗିଆ ଗ୍ରାମର ଜହଲା କହଁରଙ୍କ ପୁଅ ବନଟି କହଁର ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ସମ୍ପୃକ୍ତ ନାବାଳକ ଜଣକ ଫିରିଙ୍ଗିଆ ବ୍ଲକ ନୂଆପଦର ଗ୍ରାମରେ ଥିବା ପିଉସୀ ଘରକୁ ବୁଲିବାକୁ ଆସିଥିଲ।। ଅପରାହ୍ନ ୩ଟା ସମୟରେ କାହାକୁ କିଛିନକହି ତାର ପିଉସି ଘରୁ କୁଆଡେ ଚାଲିଯାଇଥିଲ। ପରିବାର ଲୋକେ ବହୁ ଖୋଜାଖୋଜି କଲାପରେ ସମ୍ପୃକ୍ତ ନାବାଳକର କୌଣଷି ଖୋଜଖବର ନପାଇବାରୁ ଗୁରୁବାର ଫିରିଙ୍ଗିଆ ଥାନାରେ ନାବାଳକ ନିଖୋଜ ଥିବା ନେଇ ଏକ ଲିଖିତ ଏତଲା ଦେଇଛନ୍ତି। ସମ୍ପୃକ୍ତ ନାବାଳକ ର ପରିବାର ଲୋକଙ୍କ ଲିଖିତ ଏତଲା କୁ ଗ୍ରହଣ କରି ଫିରିଙ୍ଗିଆ ପୁଲିସ ଏକ ନିଖୋଜ ମାମାଲା ରୁଜୁକରି ତଦନ୍ତ ଜାରି ରଖିଥିବା ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି।

Comments are closed.