‘ସାଣ୍ଟ’ ମିଶାଇଲର ସଫଳ ପରୀକ୍ଷା

ବାଲେଶ୍ୱର : ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ବାଲେଶ୍ୱର ଆଇଟିଆର ପକ୍ଷରୁ ଚାନ୍ଦିପୁର ଉପକୂଳରୁ ‘ସାଣ୍ଟ’ (ଷ୍ଟାଣ୍ଡ ଅଫ ଆଣ୍ଟି ଟ୍ୟାଙ୍କ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଥିବା ଏହି କ୍ଷେପଣାସ୍ତ୍ର ଭାରତୀୟ ବାୟୁସେନାରେ ବ୍ୟବହାର କରାଯିବ। ଏହାର ଉଭୟ ‘ଲକ ଅନ ଆପ୍ଟଣ ଲଞ୍ଚ ଓ ଲକ ଅନ ବିଫୋର ଲଞ୍ଚ’ ସୁବିଧା ରହିଛି ବୋଲି ବିଭାଗ ସୂତ୍ରରୁ ଜଣାଯାଇଛି। ଭାରତୀୟ ନୌବାହିନୀରୁ କ୍ରୁଜ ମିଶାଇଲ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପରେ ‘ସାଣ୍ଟ’ ପରୀକ୍ଷାର ଗୁରୁତ୍ୱ ରହିଛି ବୋଲି ବିବେଚନା କରାଯାଉଛି। ‘ସାଣ୍ଟ’ ମିଶାଇଲକୁ ଆଇଏନଏସ ଚେନ୍ନାଇରୁ ଉତକ୍ଷେପଣ କରାଯାଇଥିବା ବିଭାଗ ସୂତ୍ରରୁ ଜଣାଯାଇଛି। କ୍ଷେପଣାସ୍ତ୍ରଟି ୧୦୦ ପ୍ରତିଶତ ଲକ୍ଷଭେଦ କରିଥିବା ବେଳେ ଏହି ସଫଳତା ପରେ ନୌବାହିନୀ ପୂର୍ବଠାରୁ ଆହୁରି ଶକ୍ତିଶାଳୀ ହେଲା ବୋଲି କୁହାଯାଉଛି। ସୂଚନା ଯୋଗ୍ୟ ବେଶ କିଛି ଦିନ ହେଲା ଭାରତ ପକ୍ଷରୁ ସଂଖ୍ୟାଧିକ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଉଛି।

Comments are closed.