ପଦ୍ମପୁର ତହସିଲଦାରଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଦୁଇ ଭାଇ ଗିରଫ

ଗୁଣପୁର : ରାୟଗଡା ଜିଲ୍ଲା ପଦ୍ମପୁର ତହସିଲଦାର ନିଳମାଧବ ମାଝୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ଦୁର୍ବ୍ୟବହାର ଅଭିଯୋଗରେ ଦୁଇ ଭାଇଙ୍କୁ ଗିରଫ କରାଯାଇଛି। ଗିରଫ ଦୁଇ ଜଣ ହେଲେ ଚେଲପତି ରାଓ ଓ ନାଗେଶ୍ୱର ରାଓ। ଗତ ଦୁଇ ଦିନ ତଳେ ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ନେଇ ଅଭିଯୋଗ ପାଇବା ପରେ ଅନୁଧ୍ୟାନ କରିବା ପାଇଁ ତହସିଲଦାର ନିଳମାଧବ ମାଝୀ ଯାଇଥିଲେ। ସେଠାରେ ବାଲି ବୋଝେଇ ଟ୍ରାକ୍ଟର ଧରିଥିଲେ। ସେହି ଗାଡିକୁ ଫାଇନ୍ ବାନ୍ଧିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ହେଲେ ଫାଇନ୍ ବାନ୍ଧିବୁ ନାହିଁ କୋର୍ଟରେ କୁଆଡେ ବାନ୍ଧିବୁ ବୋଲି କହିଥିଲେ ଗାଡି ମାଲିକ। ଆଉ ଗାଡି ସିଜ୍ କରି ସିଜର କାଗଜ ଦେବା ପାଇଁ କହିଥିଲେ। ପରେ ତହସିଲଦାରଙ୍କୁ କୁଆଡେ ବ୍ଳକ୍ ନିକଟ ପାହାଡ ପାଖରେ ତହସିଲଦାର ନିଳମାଧବ ମାଝୀଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ପଦ୍ମପୁର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ପୋଲିସ୍ ପୂର୍ବତନ ବ୍ଳକ୍ ଉପାଧକ୍ଷ ଗୋଦାବରୀ ରାଉତଙ୍କୁ ଥାନାକୁ ଡାକିଥିଲେ। ପରେ ଗୁଣପୁର ଏସଡିପିଓ ପାଖକୁ ଯିବାକୁ କୁହାଯାଇଥିଲା। ପଚରା ଉଚରା କରିବା ପରେ ଫେରିଥିଲେ। ଆଜି ଗୁଣପୁର ଏସଡିପିଓ ଅଫିସରେ ଏସଡିପିଓ ଅଜୟ ପ୍ରଧାନ ତହସିଲଦାର ନିଳମାଧବ ମାଝୀ, ଗୋଦାବରୀ ରାଉତ, ରାମାନନ୍ଦ ସାହୁ, ନାଗଭୂଷଣ ରାଓ ଓ ଚେଲପତି ରାଓଙ୍କୁ ପଚରା ଉଚରା କରିଥିଲେ। ତହସିଲଦାର ନିଳମାଧବ ମାଝୀଙ୍କୁ ଦୁର୍ୱବହାର ଅଭି୍େୟାଗରେ ନାଗଭୂଷଣ ରାଓ ଓ ଚେଲପତି ରାଓ ଦୁଇ ଭାଇଙ୍କୁ ଗିରଫ୍ କରାଯାଇଥିବା ଗୁଣପୁର ଏସଡିପିଓ ସୂଚନା ଦେଇଛନ୍ତି।

Comments are closed.