ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ମୀରାବାଈ

Jaboticabal                                        ୨ କୋଟି ପୁରସ୍କାର; ପଦୋନ୍ନତି ଘୋଷଣା
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍‌ସରେ ରୌପ୍ୟ ପଦକ ବିଜୟିନୀ ମୀରାବାଈ ଚାନୁ ସୋମବାର ରେଳ ମନ୍ତ୍ରାଳୟ ଯାଇ କେନ୍ଦ୍ର ରେଳବାଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଛନ୍ତି। ଭାରୋତ୍ତୋଳନରେ ରୌପ୍ୟ ଜିତିଥିବା ମୀରାବାଈଙ୍କୁ ମନ୍ତ୍ରୀ ବୈଷ୍ଣବ ସମ୍ବର୍ଦ୍ଧନା ଦେଇଥିଲେ। ପରେ ରେଳ ମନ୍ତ୍ରାଳୟ ଟ୍ବିଟ୍‌ ଜରିଆରେ ଜଣାଇଛି ଯେ ଭାରତୀୟ ରେଳବାଇରେ କାର୍ଯ୍ୟରତା ମୀରାବାଈ ଚାନୁଙ୍କୁ ୨ କୋଟି ଟଙ୍କା ପୁରସ୍କାର ଦେବା ସହ ତାଙ୍କୁ ପଦୋନ୍ନତି ଦେବାକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଥିଲେ। ସୂଚନାଯୋଗ୍ୟ; ମଣିପୁର ସରକାର ମୀରାବାଈଙ୍କୁ ୧ କୋଟି ଟଙ୍କା ପୁରସ୍କାର ସହ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ (ଏଏସ୍‌ପି) ପଦରେ ନିଯୁକ୍ତି ପାଇଁ ଘୋଷଣା କରିଛନ୍ତି।

ଏବେ ଦେଖିବାର କଥା; ମୀରାବାଈ ରେଳବାଇରେ ରହୁଛନ୍ତି ନା ମଣିପୁର ପୁଲିସ୍‌ରେ ଏଏସ୍‌ପି ପଦ ଗ୍ରହଣ କରୁଛନ୍ତି। ଏଣେ ସୋମବାର ଅପରାହ୍‌ଣରେ ମଣିପୁରରେ ତାଙ୍କ ଘରେ ପହଞ୍ଚିଛନ୍ତି ମୀରାବାଈ ଚାନୁ। ଇମ୍ଫାଲ ବିମାନ ବନ୍ଦରରେ ମୀରାବାଈଙ୍କୁ ସ୍ବାଗତ କରିବା ଲାଗି ତାଙ୍କ ମାଆ ଓ ପରିବାର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ବହୁତ ମାସ ପରେ ମା’ଙ୍କୁ ଦେଖି ମୀରାବାଈ ତାଙ୍କୁ କୁଣ୍ଢାଇ କାନ୍ଦି ପକାଇଥିଲେ। ବିମାନ ବନ୍ଦର ବାହାରେ ମୀରାବାଈଙ୍କ ସ୍ବାଗତ ଲାଗି ବହୁତ ଲୋକ ରୁଣ୍ଡ ହୋଇଥିଲେ।

Comments
Loading...