ପ୍ରଶାସନ ପକ୍ଷରୁ ନାବାଳିକା ଉଦ୍ଧାର

କ.ନୂଆଗାଁ : କନ୍ଧମାଳ ଜିଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ବଣଗୁଡ଼ା ପଂଚାୟତର କପୁଗୁଡ଼ା ଗ୍ରାମର ଜଣେ ୨୪ ବର୍ଷିୟ ଯୁବକ ଜନୈକା ୧୪ ବର୍ଷର ନାବାଳିକାଙ୍କୁ ବିବାହାର ପ୍ରଲୋଭନ ଦେଖାଇ କିଛିଦିନ ଭୁବନେଶ୍ୱରରେ ରଖିଥିବା ବେଳେ ଗତ କିଛିଦିନ ହେଲା ନିଜ ଘରକୁ ଆଣି ରଖିଥିଲା। ଏହି ଘଟଣା ଗ୍ରାମରେ ପ୍ରଘଟ ପରେ ଯୁବତୀ ଜଣକ ନାବାଳିକା ହୋଇଥିବା ଖବର ପାଇ କ.ନୂଆଗାଁ ସି.ଡ଼ି.ପି.ଓ ଦୈପତି କହଁର ଓ ଚାଇଲ୍ଡ ଲାଇନ ଟିମ୍‍ ସଦସ୍ୟ ଶିବ ଶଙ୍କର ବେହେରା, ଅନୁପ କମାର ସାହୁ ପ୍ରମୁଖ ଗ୍ରାମରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଛନ୍ତି। ଏନେଇ ନାବାଳିକା ପରିବାର ପକ୍ଷରୁ ସାରଙ୍ଗଡ଼ ଥାନାରେ ଏକ ଏତଲା ଦିଆଯାଇଛି। ତେବେ ସବୁଠାରୁ ଗୁରୁତ୍ୱର ବିଷୟ ଏହିକି ଯେ, ଯେଉଁ ଗ୍ରାମରେ ଏହି ଘଟଣା ଘଟିଛି ଉକ୍ତ ଗ୍ରାମରେ ଦୀର୍ଘଦିନ ହେଲା ବାଲ୍ୟ ବିବାହ ନେଇ ସଚେତନ କରାଯାଉଛି। ଗ୍ରାମରେ ତୁହାକୁ ତୁହା ବୈଠକ କରାଯିବା ସହିତ ଗ୍ରାମର ନାବାଳିକାମାନଙ୍କୁ ନେଇ ମଧ୍ୟ ବିଭିନ୍ନ କମିଟି ଗଠନ ହୋଇଛି। ତଥାପି ଉକ୍ତ ଗ୍ରାମରେ ଏଭଳି ଘଟଣା ଘଟିବା ସଚେତନତା ନେଇ ପ୍ରଶ୍ନ ଉଠିଛି।

Comments are closed.