ଗାଧୋଇବାକୁ ଯାଇଥିବା ବେଳେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗ : ଥାନାରେ ମାମଲା

ବୌଦ୍ଧ/ହରଭଙ୍ଗା  : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ହାତୀଗଡ ଗ୍ରାମରେ ଜନୈକା ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଏକ ମାମଲା ଦାୟାର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୁଚନା ମୁତାବକ ହାତୀଗଡ ଗ୍ରାମର ଜଣେ (୧୧ ବର୍ଷ) ନବାଳିକା ଗତ ରବିବାର ଦିନ ସକାଳ ୯ଟା ସମୟରେ ଗ୍ରାମ ନିକଟସ୍ଥ ନାଳକୁ ଗାଧୋଇବା ପାଇଁ ଯାଇଥିବବେଳେ ଭାବପୁର ଗ୍ରାମର ରମେଶ ପାତ୍ର ଓ ଘାସି ବେହେରା ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କରିଥିବା ହରଭଙ୍ଗା ଥାନାରେ ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି।

ଦୁଷ୍କର୍ମ କରିବା ପରେ ନାବଳିକାକୁ ମାଡ ମାରିବା ସହ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ନେଇ ନାବଳିକାର ମାଆ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ହରଭଙ୍ଗା ଥାନା ପକ୍ଷରୁ କେସ ନଂ ୧୨୯/୨୦ ରେ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି। ପୋଲିସ ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ବୌଦ୍ଧ ପଠାଇଥିବା ବେଳେ ହରଭଙ୍ଗା ପୁଲିସ କୁଆଡେ ଅଭିଯୁକ୍ତମାନଙ୍କୁ ଆଣି ଥାନାରୁ ଛାଡି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏନେଇ ହରଭଙ୍ଗା ଥାନା ଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନଙ୍କୁ ପଚାରିବାରୁ ଏନେଇ ଏକ ମାମଲା ରୁଜୁ ହୋଇଛି , ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଧରାଯାଇନାହିଁ ବୋଲି ପ୍ରକାଶ କରିଛନ୍ତି। ଏଣୁ ଏହାର ତଦନ୍ତ ଜଣେ ଊଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ୱାରା କରାଯିବାକୁ ପରିବାର ଲୋକ ଦାବୀ କରିଅଛନ୍ତି।

Comments are closed.