ଖେଳୁଥିବା ବେଳେ କାନ୍ଥ ଭୁଷୁଡି ଜଣେ ଶିଶୁ ମୃତ ; ୬ ଆହତ

ଗଞ୍ଜାମ : ଖେଳିବା ବେଳେ କାନ୍ଥ ଭୁଷୁଡି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲା ଧରାକୋଟ ଥାନା ଅନ୍ତର୍ଗତ ରାଶିବାଡି ରାମଚନ୍ଦ୍ରପୁର ଗାଁରେ ଘଟିଛି। ଏକ ଘର ନିକଟରେ ୭ ଜଣ ଶିଶୁ ଖେଳୁଥିବା ବେଳେ ମାଟି କାନ୍ଥ ହଠାତ ଭୁଷୁଡି ପଡିଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। କାନ୍ଥ ତଳେ ଚାପି ହୋଇ ୬ ବର୍ଷର ଜଣେ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ଆହତ ଅନ୍ୟ ୬ ଶିଶୁ ଧରାକୋଟ ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ମିଳିଛି।

Comments are closed.