ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ରାମଦାସପୁରରେ ଆଇଟି ପୁଞ୍ଜିନିବେଶର ସ୍ଥିତି ପରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ତମାଣ୍ଡୋସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ନୂତନ କ୍ୟାମ୍ପସ୍‌ ପରିଦର୍ଶନରେ ଯାଇ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା କଲେଜର ବିଲଡିଂ, କ୍ଲାସ୍‌ରୁମ୍‌, ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ କ୍ରୀଡ଼ା ବିଭାଗର ଅଧିକାରୀ, କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ ଏବଂ ଇଂଜିନିୟରମାନଙ୍କ ସହ ଆଲୋଚନା କରିଥିଲେ ।
ଆଧୁନିକ ଜ୍ଞାନକୌଶଳ ନିର୍ମିତ କ୍ୟାମ୍ପସ୍‌ରେ ତିନିମହଲା ବିଶିଷ୍ଟ ଆକାଡେମୀକ୍‌ ବ୍ଲକ୍‌ ଏବଂ ୪ ମହଲା ବିଶିଷ୍ଟ ଗୋଟିଏ ଛାତ୍ରାବାସ ଓ ଗୋଟିଏ ଛାତ୍ରୀନିବାସର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଉଭୟ ହଷ୍ଟେଲରେ ୧୫୬ ଜଣ ଅନ୍ତେବାସୀ ରହିବାର କ୍ଷମତା ରହିଛି । ଏଥି ସହିତ ଆକାଡେମୀକ୍‌ ବ୍ଲକରେ ସ୍ମାର୍ଟ କ୍ଲାସ୍‌ରୁମ୍‌, ଲାବ୍‌, ସେମିନାର୍‌ ହଲ୍‌, ସ୍ୱତନ୍ତ୍ର ଟୁ୍ୟଟୋରିଆଲ୍‌ ହଲ୍‌, ସେମିନାର୍‌ ହଲ୍‌, ଆଲୁମିନି ହଲ୍‌, ଫାକଲଟି ଲାଉଞ୍ଜର ବ୍ୟବସ୍ଥା ରହିଛି ।
ଆସନ୍ତା ଶିକ୍ଷା ବର୍ଷରୁ ନୂଆ କ୍ୟାମ୍ପସ୍‌ରେ ଶିକ୍ଷାଦାନ ପାଇଁ ସରକାର ଲକ୍ଷ୍ୟ ରଖିଥିବାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ମନ୍ତ୍ରୀ ଅଧିକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଥିବାରୁ ଯଥାଶୀଘ୍ର ବିଲଡିଂଟି କାର୍ଯ୍ୟକ୍ଷମ ହୋଇପାରିବ ବୋଲି ନିର୍ମାଣ ଦାୟିତ୍ୱରେ ଥିବା ଅଧିକାରୀମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ କ୍ରୀଡ଼ା ଅଭ୍ୟାସ ଲାଗି ପଡ଼ିଆ ଏବଂ ଇନ୍‌ଡୋର ହଲ୍‌ ଉପରେ ମନ୍ତ୍ରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।

ମନ୍ତ୍ରୀ ଶ୍ରୀ ବେହେରା କଟକର ତ୍ରିଶୁଳିଆ ନିକଟରେ ଥିବା ରାମଦାସପୁର ଶିଳ୍ପାଞ୍ଚଳ ଗସ୍ତରେ ଯାଇଥିଲେ । ସେଠାରେ ମନ୍ତ୍ରୀ ଶ୍ରୀ ବେହେରା ଭାରତ ମସଲା ଫ୍ୟାକଫି୍ର ବୁଲି ଦେଖିବା ସହ କର୍ମଚାରୀମାନଙ୍କ ସହ ବିଭିନ୍ନ ବିଷୟରେ କଥା ହୋଇଥିଲେ । ଓଡ଼ିଶା ଆଇଟି କ୍ଷେତ୍ରରେ ପ୍ରଗତିର ପାହାଚ ଚଢ଼ି ଚାଲିଥିବାବେଳେ ଏହି ଅଞ୍ଚଳରେ ଆଇଟି ପୁଞ୍ଜିନିବେଶ ପାଇଁ କ’ଣସବୁ ସୁଯୋଗ ରହିଛି ସେ ବିଷୟରେ ମନ୍ତ୍ରୀ ଶ୍ରୀ ବେହେରା ଅନୁଧ୍ୟାନ କରିଥିଲେ ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁପରିଚାଳନାରେ ବର୍ତ୍ତମାନ କୋଭିଡ୍‌ ନିୟନ୍ତ୍ରଣାଧୀନ ଥିବାବେଳେ ରାଜ୍ୟର ବିକାଶଧାରାକୁ ଆଗେଇ ନେବାରେ ମନ୍ତ୍ରୀଙ୍କ ଏହି ଗସ୍ତ ବେଶ୍‌ ଗୁରୁତ୍ୱ ବହନ କରୁଥିବା ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

 

Comments are closed.