ବାଲେଶ୍ୱର ଜିଲାର କ୍ରୀଡ଼ା ଭିତ୍ତିଭୂମି ଅଗ୍ରଗତି ନେଇ ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକେଫ୍ରାନିକ୍‌ସ, ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ୱର ଜିଲ୍ଲା ଗସ୍ତ କରି କ୍ରୀଡ଼ା ଭିତ୍ତିଭୂମି ସହିତ ଏସ.ଟି.ପି.ଆଇ. କେନ୍ଦ୍ରର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।
ମନ୍ତ୍ରୀ ଶ୍ରୀ ବେହେରା ଜିଲା ସର୍କିଟ୍‌ ହାଉସ୍‌ଠାରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଏବଂ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ଜିଲା କ୍ରୀଡ଼ା ଭିତ୍ତିଭୂମିର ଉନ୍ନତିକରଣ ନେଇ ଆଲୋଚନା କରିଥିଲେ। ସେହିପରି ମନ୍ତ୍ରୀ ଶ୍ରୀ ବେହେରା ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଏବଂ ଜିଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହିତ ଆଗାମୀ ଦିନରେ କ୍ରୀଡ଼ାର ସମ୍ଭାବ୍ୟ ବିଷୟରେ ଆଲୋଚନା କରିବା ସହ ପରମିଟ୍‌ ପଡ଼ିଆ ଓ ଚାନ୍ଦମାରୀ ପଡ଼ିଆ ଏବଂ ରେମୁଣା ବ୍ଲକ୍‌ସ୍ଥିତ ନରହରିପୁର ପଡ଼ିଆ ବୁଲି ଦେଖିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲାର ବିକାଶ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାର ସଫଳ ରୂପାୟନ ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାର ଏସ୍‌.ଟି.ପି.ଆଇ. କେନ୍ଦ୍ର ବୁଲି ଦେଖିବା ସହ ଆଇଟି ଭିତ୍ତିଭୂମି ଓ ନିଯୁକ୍ତି ସୁଯୋଗ ନେଇ ଆଇଟି କମ୍ପାନୀମାନଙ୍କ ସହ ଆଲୋଚନା କରିଥିଲେ।

Comments are closed.