ପୂର୍ବତନ ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଶୋକ

ଭୁବନେଶ୍ୱର: ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର କୁମାର ସ୍ୱାଇଁଙ୍କ ବିୟୋଗରେ ଇସ୍ପାତ୍‍ ଓ ଖଣି ଏବଂ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗଭୀର ଶୋକ ପ୍ରକାଶ କରିଛନ୍ତି।

ଏକ ଶୋକ ବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱର୍ଗତ ସ୍ୱାଇଁଙ୍କୁ ଜଣେ ଭଲ ସଂଗଠକ, ସମାଜସେବୀ ଓ ଦକ୍ଷ ରାଜନେତା ବୋଲି ଅବହିତ କରିବା ସହ ତାଙ୍କ ବିୟୋଗ ସମଗ୍ର ରାଜ୍ୟ ଓ ରାଜନୀତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ନରେନ୍ଦ୍ର କୁମାର ସ୍ୱାଇଁଙ୍କ ସମାଜସେବା ଓ ଆଦର୍ଶ ଭବିଷ୍ୟତରେ ଉତ୍ତର ପିଢ଼ି ଲାଗି ପ୍ରେରଣାଦାୟୀ ହେବ। ଏଥି ସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ସ୍ୱର୍ଗତ ସ୍ୱାଇଁଙ୍କ ଅମର ଆତ୍ମାର ସଦ୍‍ଗତି କାମନା ଏବଂ ତାଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

Comments are closed.