ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ : ୬ ଆହତ

ମୋହନା : ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ପାଇଲଟ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ମନ୍ତ୍ରୀ ଭୁବନେଶ୍ବରରୁ ରାୟଗଡ଼ା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଉଲିଆପଦା ଗାଁ ନିକଟରେ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଏଏସଆଇ, ଜଣେ ହାବିଲଦାର ଏବଂ ୪ ଜଣ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି ।

ଅପର ପାର୍ଶ୍ୱରୁ ଆସୁଥିବା ବାଇକକୁ ବଞ୍ଚାଇବାକୁ ଯାଇ ଭାରସାମ୍ୟ ହରାଇ ମନ୍ତ୍ରୀଙ୍କ ପାଇଲଟିଙ୍ଗ ଗାଡି ଓଲଟି ପଡିଥିବା ଜଣାପଡିଛି । ମନ୍ତ୍ରୀ ଶ୍ରୀ ସାରକାଙ୍କୁ ପାରଳାଖେମୁଣ୍ଡିରୁ ରିଜର୍ଭ ବାଟାଲିଅନ ଏସ୍କର୍ଟ ପୁଲିସ ଗାଡି ସାଙ୍ଗରେ ନେଇ ଯାଉଥିବା ବେଳେ ଉଲିଆପଦା ଗ୍ରାମ ନିକଟ ବୁଲାଣିରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ବାଇକ ସହ ପୁଲିସ ଗାଡିର ମୁହାଁ ମୁହିଁ ହେବା ପୂର୍ବରୁ ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ଏସ୍କର୍ଟ ଗାଡିର ଚାଳକ ଡ଼ାହାଣ ପାଖକୁ ଗାଡିଟି ନେଇ ଯିବାରୁ ଭାରସାମ୍ୟ ହରାଇ ଗାଡିଟି ରାସ୍ତାର ଡାହାଣ ପାଖ ତଳକୁ ଓଲଟି ପଡିଥିଲା। ଫଳରେ ଗାଡ଼ିରେ ଥିବା ଗାଡି ଚାଳକ ସମେତ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଆହତମାନଙ୍କୁ ବିରିକୋଟ ମେଡିକାଲରେ ଭର୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡିଛି।

Comments are closed.