ଧବଳେଶ୍ୱର ପୀଠରେ ସୌନ୍ଦର୍ଯ୍ୟକରଣ, ଆଲୋକ ଓ ଝୁଲାପୋଲର ସ୍ଥିତି ପରଖିଲେ କୃଷିମନ୍ତ୍ରୀ

 ତୁରନ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ

ଗୁରୁଡିଝାଟିଆ : ଧବଳେଶ୍ୱର ପୀଠ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଉ ମାସ କେଇଟା ପରେ ମହାନଦୀରେ ସ୍ଥାୟୀ କଂକ୍ରିଟ ସେତୁ ଲୋକାର୍ପିତ ହେବ। ପୀଠ ପରିସରକୁ ସିଧାସଳଖ ଗାଡିଚଳାଚଳ ହୋଇପାରିବ। ଏପରିକି ପୀଠ ପରିସରରେ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ବେଶ ମନଲୋଭା ହୋଇଛି । ପର୍ଯ୍ୟଟକମାନକୁ କିଛି ସମୟ ବାନ୍ଧି ରଖିବା ଭଳି କାରୁକାର୍ଯ୍ୟ ଓ ପ୍ରାକୃତିକ ପରିବେଶ ହୋଇଛି ଏବଂ ପୀଠର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ ପାଇଁ ଆଲୋକ ସ୍ତମ୍ଭମାନ ଲଗାଯାଇଛି । କେତେକ ଆଲୋକସ୍ତମ୍ଭର ନିମ୍ନଭାଗରେ ଥିବା ସୁଇଜ ବୋର୍ଡ ଭିତରେ ଗଛ ହୋଇଥିବା ଦେଖି ଅଟକିଯାଇଥିଲେ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କିଛିକ୍ଷଣ ଠିଆହୋଇ ନିରିଖି ଦେଖିଥିଲେ ଆଲୋକସ୍ତମ୍ଭର ସ୍ଥିତିକୁ । ତୁରନ୍ତ ସୌନ୍ଦର୍ଯ୍ୟକରଣ ଆଲୋକ ସ୍ତମ୍ଭକୁ ମରାମତି ପାଇଁ ପର୍ଯ୍ୟଟନ ବିଭାଗର କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ତ୍ୱରିତ ପଦକ୍ଷେପ ନେବା ସହ ଆଲୋକସ୍ତମ୍ଭରେ ଆଲୋକ ପ୍ରଜ୍ୱଳିତ ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଅନୁରୂପ ଭାବରେ ଝୁଲାପୋଲର ସ୍ଥତିକୁ ମଧ୍ୟ ପରଖିଥିଲେ । ସଠିକ୍ ଭାବରେ ରଙ୍ଗ ପ୍ରଲେପ ଓ ବିଭିନ୍ନ ଯନ୍ତ୍ରାଂଶକୁ ଦୀର୍ଘସ୍ଥାୟୀ କରିବା ଗ୍ରୀସ ଆଦି ଦିଆଯାଉଛି କି ନାହିଁ ତାହାକୁ ମଧ୍ୟ ଦେଖିଥିଲେ । ପ୍ରକାଶଯୋଗ୍ୟ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ଉଦ୍ୟମ ଯୋଗୁଁ ପୀଠର ଚତୁପାଶ୍ୱର୍ରେ ପଥର ପାଚେରୀ, ରିଂବନ୍ଧ, ପାର୍କ ସହିତ ପର୍ଯ୍ୟଟକଙ୍କ ମନମୋହିଲା ଭଳି ଅନେକ ପଦକ୍ଷେପ ନିଆଯାଇଛି। ଏଥିପାଇଁ ଅର୍ଥ ବରାଦ ହୋଇସାରିଛି । ଖୁବଶୀଘ୍ର କାର୍ଯ୍ୟକାରୀ ହେବ।

Comments are closed.