ବିଦ୍ୟାଳୟ ପାଇଖାନା ସଫାକଲେ ମନ୍ତ୍ରୀ

ଖଇରା : ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଗୁରୁବାର ହଠାତ ଖଇରା ସରକାରୀ ଉଚ୍ଚବିଦ୍ୟାଳୟରେ ପହଞ୍ଚି ଥିଲେ। ପରେ ବିଦ୍ୟାଳୟ ପରିଦର୍ଶନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି ହୋଇଥିବା ପାଇଖାନା ଓ ବେସିନ ଅପରିଷ୍କାର ଥିବା ଦେଖି ଅକସ୍ମାତ ହାତରେ ଝାଡୁ ଧରି ପାଇଖାନା ଓ ବେସିନ ସଫା କରିବା ଆରମ୍ଭ କରିଥିଲେ। ଏଭଳି ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଚକିତ କରିଥିଲା। ଏହି ପ୍ରସଙ୍ଗ ସଂପ୍ରତି ଖଇରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ମନ୍ତ୍ରୀ ହେବତ ଏମିତି। ଅପରପକ୍ଷରେ ୫-ଟିରେ ସାମିଲ ହୋଇଥିବା ଏହି ବିଦ୍ୟାଳୟର ପରିମଳ ବ୍ୟବସ୍ଥା ଏପରି ରହିବା ହୁଏତ ମନ୍ତ୍ରୀଙ୍କୁ ଭଲ ଲାଗି ନଥିଲା। ତେବେ ଜଣେ ମନ୍ତ୍ରୀ ସ୍କୁଲ ପାଇଖାନା ସଫା କରିବା ଘଟଣା ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Comments are closed.