ପ୍ରଶାସନ ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

ପଦ୍ମପୁର:ପଦ୍ମପୁର ଉପ ଖଣ୍ତ ଜଗଦଳପୁର ଥାନା ଅଧିନସ୍ଥ ଶିକାରୀପାଲି ଗ୍ରାମର ଜନୈକ ୧୫ ବର୍ଷ ନାବାଳିକା ଝିଅକୁ ବିବାହ ଦେବାବେଳେ ପ୍ରଶାସନ ହସ୍ତକ୍ଷେପ ପରେ ତାହା ବନ୍ଦ ରହିଛି । ତେବେ କୌଣସି ସୂତ୍ରରୁ ଖବର ପାଇଁ ପ୍ରଶାସନିକ ଅଧିକାରୀମାନେ ବିବାହସ୍ଥଳରେ ପହଞ୍ଚି ତାହାକୁ ରୋକିବାକୁ ସମର୍ଥ ହୋଇଥିଲେ ।
ଝାରବନ୍ଧ ବ୍ଲକ ବିଏସଏସଓ ଟିକେଶ୍ବର ପଟେଲ,ସମନ୍ବିତ ଶିଶୁ ବିକାଶ ଅଧିକାରୀ ସନ୍ଧ୍ୟାରାଣୀ ନେପାକ, ଜଗଦଲପୁର ଥାନା ହାବିଲଦାର ଜିତେନ୍ଦ୍ରିୟ ଦାଶ ପ୍ରମୁଖ ଡୁଂଗୁରୀପାଲି,ଶିକାରୀପାଲି ପହଞ୍ଚି ନାବାଳିକାଙ୍କ ପରିବାରକୁ ବୁଝାସୁଝା କରିଥିଲେ । ବାଲ୍ୟ ବିବାହ ଏକ ଗୁରୁତର ଅପରାଧ ଏବଂ ଏଥିପାଇଁ ପରିବାର ଲୋକଙ୍କୁ ଦଣ୍ଡିତ ହେବାକୁ ପଡ଼ିପାରେ ବୋଲି ବୁଝାଇବା ପରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ବିବାହ ନ କରିବାକୁ ରାଜି ହୋଇଥିଲେ ।

Comments are closed.