ପିଅନ୍ତୁ ଓ ଅତିଥିଙ୍କୁ ପିଆନ୍ତୁ କ୍ଷୀର ସରବତ

ଆବଶ୍ୟକ ସାମଗ୍ରୀ
ଖୀର – ୧ ଲିଟର
କଷ୍ଟର୍ଡ଼ ପାଉଡ଼ର – ୨ ଚାମଚ
ଚିନି – ୨କପରୁ ସାମାନ୍ୟ କମ
ପିସ୍ତା ବାଦାମ – ୭ ରୁ ୮ଟି
କାଜୁ ବାଦାମ – ୪ ରୁ ୫ଟି
ଗୁଜୁରାତି ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ଖୀରକୁ ଭଲ ଭାବେ ଫୁଟାଇ ଦିଅନ୍ତୁ। ଫୁଟିବା ସମୟରେ କଷ୍ଟଡ଼ ପାଉଡ଼ରେ ସାମାନ୍ୟ ପାଣି ମିଶାଇ ଏହାକୁ ଗୋଳାଇ ଫୁଟୁଥିବା କ୍ଷୀରରେ ମିଶାଇ ଦିଅନ୍ତୁ। ଏବେ କାଜୁ , ପିସ୍ତାକୁ ଭଲ ଭାବେ ପେଷି ଦିଅନ୍ତୁ। ପେଷିବା ପରେ ଏହି ପେଷ୍ଟକୁ ପୁଣି ଫୁଟୁଥିବା କ୍ଷୀରରେ ମିଶାନ୍ତୁ। ଏବେ ଏଥିରେ ଗୁଜୁରାତି ଗୁଣ୍ଡ, ଚିନି ପକାଇ କଟା ହୋଇଥିବା ପିସ୍ତାବାଦାମକୁ ପକାଇ ପୁଣି କିଛି ସମୟ ଫୁଟାନ୍ତୁ। ଏହାପରେ ଏହାକୁ ଗ୍ୟାସରୁ ଓହ୍ଲାଇ କିଛି ସମୟ ବାହାରେ ଥଣ୍ଡା କରି ଏହାକୁ ଫ୍ରିଜରେ ରଖି ଦିଅନ୍ତୁ। ୪୦ ରୁ ୪୫ ମିନିଟ ଫ୍ରିଜରେ ରଖିବା ପରେ ଏହାକୁ କାଚ ପାତ୍ରକୁ କାଢି ପିଅନ୍ତୁ। ପ୍ରସ୍ତୁତ ହୋଇଗଲା ଖୀର ସରବତ।

Comments are closed.