ନ୍ୟାସନାଲ କନଫରେନ୍ସ ନେତାଙ୍କ ଘରକୁ ଗ୍ରେନେଡ ମାଡ଼

ଶ୍ରୀନଗର : ଜାମ୍ମୁ-କାଶ୍ମୀର ପୁଲୱାମା ଜିଲାର ନ୍ୟାସନାଲ କନଫରେନ୍ସ (ଏନସି) ନେତା ଘୁଲାମ ମହମ୍ମଦିନ ମିରଙ୍କ ଘର ଉପରକୁ ରବିବାର ଗ୍ରେନେଡ ମାଡ ହୋଇଛି। କେତେକ ଅଜଣା ଆତଙ୍କବାଦୀ ମିର୍‌ଙ୍କ ଘରକୁ ଏହି ଗ୍ରେନେଡ ମାଡ କରିଥିବା ଜଣାଯାଇଛି। ଗ୍ରେନେଡଟି ମିର୍‌ଙ୍କ ପାଚେରି ନିକଟରେ ବିସ୍ଫୋରଣ ହୋଇଥିବାବେଳେ ଏଥିରେ କିଛି କ୍ଷତି ହୋଇ ନଥିବା ଜଣାଯାଇଛି। ଗ୍ରେନେଡ ମାଡ ସମୟରେ ମିର୍‌ ଘରେ ଥିଲେ କି ନାହିଁ ତାହା ଜଣାପଡି ନାହିଁ। ଆତଙ୍କବାଦୀଙ୍କୁ ଧରିବା ପାଇଁ ବ୍ୟାପକ ତଲାସ ଜାରି ରହିଛି।

Comments are closed.