ମଧ୍ୟପ୍ରଦେଶ ସୀମାରେ ଶ୍ରମିକଙ୍କ ଢ଼େଲାମାଡ଼

ଭୋପାଳ : ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସୀମାନ୍ତ ଜିଲା ବରୱାନୀର ସେନ୍ଧୱାଠାରେ ପ୍ରବାସୀ ଶ୍ରମିକଙ୍କ ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ଖାଦ୍ୟ କିମ୍ବା ଗମନାଗମନ ବ୍ୟବସ୍ଥା କରି ନ ଥିବା ପ୍ରତିବାଦରେ ଶହସ୍ରାଧିକ ପ୍ରବାସୀ ଶ୍ରମିକ ପ୍ରଶାସନିକ ଅଧିକାରୀଙ୍କ ଉପରକୁ ଢ଼େଲାପଥର ମାଡ଼ କରିଛନ୍ତି। ବୁଧବାର ସନ୍ଧ୍ୟାରୁ ସ୍ଥାନୀୟ ଜାତୀୟ ରାଜପଥ-୩ କଡ଼ରେ ଭୋକ ଉପାସରେ ପଡ଼ି ରହିଥିବା ମହିଳା ଓ ଶିଶୁଙ୍କ ସମେତ ହଜାର ହଜାର ଶ୍ରମିକ ମଧ୍ୟପ୍ରଦେଶ ସରକାରଙ୍କ ବିରୋଧରେ ବିଷୋଦ୍‌ଗର କରିଥିଲେ। ମହାରାଷ୍ଟ୍ର ସରକାର ଏହି ସୀମାନ୍ତ ପର୍ଯ୍ୟନ୍ତ ସେମାନଙ୍କୁ ପଠାଇବା ବ୍ୟବସ୍ଥା କରିଥିବାବେଳେ ମଧ୍ୟପ୍ରଦେଶ ସରକାର କିଛି ବୁଝୁ ନ ଥିବା ସେମାନେ ଅଭିଯୋଗ କରିଥିଲେ। କିଛି ବସ୍‌ ସେଠାରୁ ଫେରିଯିବା ପରେ ଶ୍ରମିକମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ; ପରେ ୧୩୫ଟି ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳକୁ ପଠାଯାଇଥିଲା ବୋଲି କହିଛନ୍ତି ସ୍ଥାନୀୟ ଜିଲାପାଳ। ଏହି ଶ୍ରମିକମାନେ ମହାରାଷ୍ଟ୍ରର ପୁଣେରୁ ନିଜ ରାଜ୍ୟକୁ ଫେରୁଥିଲେ।

Comments are closed.