ରେଳରୁ ଦାଦନ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର

ପାତ୍ରପୁର : ଦାଦନ ଖଟିବାକୁ ଚେନ୍ନାଇ ଯାଉଥିବା ଜଣେ ଶ୍ରମିକଙ୍କ ଯାତ୍ରା ବେଳେ ରେଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ପାତ୍ରପୁର ବ୍ଳକ ଗୁଣ୍ଡୁରା ପଞ୍ଚାୟତ ସାରଥୀଚରଣପୁର ଗ୍ରାମର ବାଗାତି କୈଳାସ (୪୫) ବୋଲି ସୂଚନା ମିଳିଛି । ବୁଧବାର ଦିନ କୈଳାସ ବ୍ରହ୍ମପୁର ଷ୍ଟେସନରୁ ଚେନ୍ନଇ ଅଭିମୁଖେ ରେଳ ଯୋଗେ ଯାଉଥିଲେ। ଯାତ୍ରା ସମୟରେ କୈଳାସ ଇଅର ଫୋନ ଯୋଗେ ଗୀତ ଶୁଣି ଶୁଣି ଯାଉଥିବା ବେଳେ ଟିଟିଆଇ ଆସି ଟିକେଟ ମାଗିଥିଲେ। ତେବେ କୈଳାସ କୌଣସି ଉତ୍ତର ଦେଉନଥିବା ଜାଣି ଟିଟିଆଇ ପାଖରେ ବସିଥିବା ଲୋକଙ୍କୁ ଜଣାଇ ଥିଲେ।ଖରେ ବସିଥିବା ଲୋକେ ଆସି ଉଠେଇବାକୁ ଚେଷ୍ଟା କରିଥିବା ବେଳେ କୈଳାସ ଆଉ ଉଠି ନଥିଲେ। ପରେ ତାଙ୍କ ମୃତ୍ୟ ଘଟିଥିବା ଜଣାପଡିଥିଲା। କୈଳାସଙ୍କ ମୃତ୍ୟୁ କେଉଁ କାରଣରୁ ଘଟିଲା ଜଣା ପଡିନଥିବା ବେଳେ ମୃତ ଦେହକୁ ଚେନ୍ନଇ ଷ୍ଟେସନରେ ଓହ୍ଲାଇ ସ୍ଥାନୀୟ ପୁଲିସ ପରିବାର ବର୍ଗଙ୍କୁ ଖବର ଦେଇଥିଲା। କୈଳାସ ଦାଦନ ଶ୍ରମିକ ଭାବେ ଚେନ୍ନଇର ଏକ କମ୍ପାନୀରେ କାମ କରୁଥିବା ବେଳେ ୧୫ ଦିନ ତଳେ ଘରକୁ ଆସି ଚେନ୍ନଇ ଫେରୁଥିଲେ। ତାଙ୍କର ପୁଅ ଚେନ୍ନଇରେ ରହି ପାଠ ପଢ଼ୁଥିବା ବେଳେ ତାଙ୍କ ସ୍ତ୍ରୀ ବ୍ରହ୍ମପୁରରେ ରହୁଥିଲେ। ଖବର ପାଇ ସପରିବାର ଚେନ୍ନଇ ଯାଇଥିବା ବେଳେ କୈଳାସଙ୍କ ଆକସ୍ମିକ ମୃତ୍ୟୁ ପାଇଁ ତାଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି।

Comments are closed.