୧୧ ଦାଦନ ଶ୍ରମିକ ଉଦ୍ଧାର, ଜଣେ ଗିରଫ

କଂଟାବାଞ୍ଜି : ତୁରେକେଲା ପୁଲିସ ପାଟ୍ରୋଲିଂ କରୁଥିବାବେଳେ ତୁରେକେଲା ଛକଠାରେ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉକ୍ତ ଶ୍ରମିକମାନେ ତେଲେଙ୍ଗାନା ଇଟାଭାଟିକୁ ଯିବା ପାଇଁ ବିଭିନ୍ନ ଜିଲାରୁ ବୋଲେରୋ ଗାଡ଼ିରେ ଆସୁଥିବାବେଳେ ପୁଲିସ ଅଟକାଇ ଯାଂଚ କରିଥିଲା। ଆବଶ୍ୟକ କାଗଜ ପତ୍ର ନଥିବାରୁ ସେମାନଙ୍କୁ ଥାନାକୁ ଆଣି ତଦନ୍ତ କରିବା ସହ ଏହି ଦାଦନମାନଙ୍କୁ ନେଉଥିବା ସର୍ଦ୍ଦାର ସେମଲା ଗ୍ରାମର ଦୁଃଶାସନ ଖୂରାକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ପରେ ଶ୍ରମବିଭାଗ ଅଧିକାରୀଙ୍କୁ ଡକାଇ ଯାଂଚ ପରେ ଆବଶ୍ୟକୀୟ ଆନ୍ତଜିଲା ଶ୍ରମଆଇନ ଲାଇସେନ୍ସ ଓ କାଗଜ ପତ୍ର ନଥିବାରୁ ତୁରେକେଲା ପୁଲିସ ଏକ ମାମଲା ରୁଜୁ କରି କେସ୍ ନଂ୨୭୫/୩୦/୧୧ ରେ ସର୍ଦ୍ଦାରକୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ କମଲଲୋଚନ ବେହେରା ସୂଚନା ଦେଇଛନ୍ତି। ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରୁ ୮ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ଶିଶୁ ଥିବ ଜଣାପଡ଼ିଛି। ଏହି ଦାଦନମାନେ ସୋନପୁର, ବଲାଙ୍ଗୀର ଓ ନୂଆପଡ଼ାର ଥିବାବେଳେ, ସେମାନଙ୍କୁ ନିଜ ନିଜ ଗ୍ରାମକୁ ପଠାଇବା ପାଇଁ ପୁଲିସ ବନ୍ଦୋବସ୍ତ କରୁଛି।

Comments are closed.