ଫେରିଲେଣି ୩,୨୧, ୮୮୧ ପ୍ରବାସୀ ଓଡ଼ିଆ, ଆସିବେ ଆଉ ୧୩ ଲକ୍ଷ

ଭୁବନେଶ୍ବର: କରୋନା ମହାମାରୀ ଭୟ ପ୍ରବାସୀଙ୍କୁ ଘାରିଛି। ଫଳରେ ଦେଶର ବିଭିନ୍ନ ରାଜ୍ୟରେ ରହିଥିବା ପ୍ରବାସୀ ଓଡ଼ିଆ ଭାଉଭଉଣୀମାନେ ଦୈନିକ ଓଡ଼ିଶା ଫେରୁଛନ୍ତି। ଆଜି ୩୫,୮୬୧ ଜଣ ଓଡ଼ିଆ ଭାଉଭଉଣୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୩,୨୧,୮୮୧ ଜଣ ଫେରିଛନ୍ତି। ସେମାନେ ବସ୍‌, ଟ୍ରେନ୍‌ ଓ ଅନ୍ୟ ଯାନବାହନରେ ଆସିଛନ୍ତି। ଫଳରେ ଦିନକୁ ଦିନ ପ୍ରବାସୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏବେ ଆଉ ପ୍ରାୟ ୧୩ଲକ୍ଷ ପ୍ରବାସୀ ଓଡ଼ିଆ ଘରକୁ ଫେରିବା ପାଇଁ ଦିନ ଗଣୁଥିବା ସରକାରଙ୍କ ପୋର୍ଟାଲ୍‌ ପଞ୍ଜୀକରଣ ତଥ୍ୟରୁ ଜଣାଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ଆଦେଶକୁ ନେଇ ଦିଲ୍ଲୀ, ମୁମ୍ବଇ, ଚେନ୍ନାଇ ଓ କଲକାତା ଭଳି ପଡ଼ୋଶୀ ରାଜ୍ୟରେ ରହୁଥିବା ବହୁ ପ୍ରବାସୀ ଓଡ଼ିଶା ଫେରିବାକୁ ଅନାଇଁ ବସିଛନ୍ତି। ପ୍ରତିଦିନ ପ୍ରବାସୀମାନେ ସରକାରଙ୍କ ବିଭିନ୍ନ ଘୋଷଣାକୁ ଚାହିଁ ରହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାର ଏକ ମାସ ତଳେ ଓଡ଼ିଶାକୁ ୫ଲକ୍ଷ ପ୍ରବାସୀ ଫେରିବା ନେଇ ଆକଳନ କରିଥିଲେ। ସରକାରଙ୍କ ଆକଳନ ତୁଳନା ଇତିମଧ୍ୟରେ ୫୭ ପ୍ରତିଶତ ପ୍ରବାସୀ ରାଜ୍ୟକୁ ଫେରିଥିବାବେଳେ ଏବେ ବି ୧୩ଲକ୍ଷ ଅପେକ୍ଷାରେରହିଛନ୍ତି।

ସରକାର କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ୱାରାଣ୍ଟାଇନ୍‌ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ପାଇଁ ଲାଗି ପଡ଼ିଛନ୍ତି। ଇତିମଧ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୬୨୭ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ସେଥିରେ ମୋଟ ୭,୩୧,୨୬୬ ଶଯ୍ୟାର ବ୍ୟବସ୍ଥା କରାଯାଇଛି।

Comments are closed.