ଆମେରିକା ସ୍କୁଲରେ ଗୁଳିଚାଳନା; ୩ ମୃତ, ୮ ଆହତ

ମିଚିଗାନ: ଆମେରିକାର ମିଚିଗାନସ୍ଥିତ ଅକ୍ସଫୋର୍ଡ ହାଇସ୍କୁଲରେ ଗୁଳି ଚାଳନା ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୮ ଜଣ ଆହତ ହୋଇଛନ୍ତି । ୧୫ ବର୍ଷ ବୟସ୍କ ଜଣେ ଛାତ୍ର ମଙ୍ଗଳବାର ଦିନ ଆଖିବୁଜା ଗୁଳି ଚଳାଇବାରୁ ତିନିଜଣ ନାବାଳକ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନ୍ୟ ୮ ଜଣ ଆହତ ହୋଇଥିଲେ । ଘଟଣା ଘଟିବା ପରେ ଆକ୍ରମଣକାରୀ ଛାତ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିକ୍ଷକ ଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ୧୬ ବର୍ଷ ବୟସ୍କ ଜଣେ ଛାତ୍ର, ୧୪ ଓ ୧୭ ବର୍ଷ ବୟସ୍କା ଦୁଇ ଛାତ୍ରୀ ରହିଛନ୍ତି । ଆକ୍ରମଣକାରୀ ଛାତ୍ର ଏକ ସେମି ଅଟୋମ୍ୟାଟିକ ହ୍ୟାଣ୍ଡଗନରୁ ଗୁଳି ଚଳାଇଥିଲେ । ତେବେ ଗୁଳିଚାଳନାର କାରଣ ଜଣାପଡିନାହିଁ ।

Comments are closed.