ମନରେଗାରେ ଦୁର୍ନୀତି; ୭ ଲକ୍ଷ ଟଙ୍କା ହଡପ ଅଭିଯୋଗ 

କଲ୍ୟାଣସିଂହପୁର:  ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୋଲମା ପଞ୍ଚାୟତର ମାଣ୍ଡି ପଦର ଗ୍ରାମରେ ନିମ୍ନ ମାନର ମନେରେଗାରେ କେନାଲ କାମ କରି ୭ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ୨୦୨୦ ମସିହାର ନଭେମ୍ବର ମାସ  ୯ତାରିଖରେ କାର୍ୟ୍ୟ ଆରମ୍ଭ କରି ଗତ ମେ ମାସ ୨୦୨୧ରେ ଶେଷ କରିଥିବା ବେଳେ ବର୍ତ୍ତମାନ ୩ ମାସ ହେବ ନିମ୍ନମାନର କାମ ହୋଇଥିବାରୁ କେନାଲଟି ଭାଙ୍ଗିଗଲାଣି । ଏହି କେନାଲ କାମ ଆଡୁ ବନ୍ଧଠାରୁ ନାଏକ ବନ୍ଧକୁ ହୋଇଥିଲା। ସେହି କେନାଲରେ ପାଣି ଆସିବ ନା ଚାଷ ଜମିକୁ ବ୍ୟବହାର ହେବ ତାହା ପ୍ରଶ୍ନ ବାଛି ସୃଷ୍ଟି ହେଉଛି। ଏଥିରେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ହୋଇଥିବାରୁ ଟଙ୍କା ଲୁଟିନେଇଥିବା  ହଳଧର ହିକକା, ଡ୍ରିଞ୍ଜୁ ହୁଈକା, ଲୋକିନାଥ ହୁଈକା, ମୂର୍ତ୍ତି ହୁଈକା, କୁଳସିଙ୍ଗ ହୁଈକା ଅଭିଯୋଗ କରିଛନ୍ତି । ଉକ୍ତ କେନାଲଟି ନିମ୍ନମାନର କରାଯାଇଥିବା ଯୋଗୁଁ  ସାମାନ୍ୟ ବର୍ଷା ହେବାରୁ ତାହା ଭାଙ୍ଗି ଗଲାଣି । ଏହି କେନାଲ ପରିବର୍ତ୍ତେ ଅଡୁ ବନ୍ଧ ହିଡରେ ମୁରୁମ ପକେଇ ରାସ୍ତା ମରାମତି କଲେ ଆରାଗାଣ୍ଡା ଗାଁକୁ ଯାତାୟାତରେ ସୁବିଧା ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି। ଏହି କେନାଲ ଦ୍ୱାରା କୌଣସି  ଜମିକୁ ଜଳସେଚନ ହୋଇପାରିବ ନାହିଁ । ଏହା କେବଳ  ଆଡ଼ିବନ୍ଦଠାରୁ ନାଏକ ବନ୍ଧକୁ କେନାଲ କରାଯାଇଛି ।କାହା ସ୍ୱର୍ଥରେ କେନାଲ କରାଯାଇଛି । ଏହାର ସଠିକ ଭିଜିଲାନ୍ସ ତଦନ୍ତ କଲେ ସତ୍ୟାସତ୍ୟ ଘଟଣା ପଦାକୁ ଆସିବ ବୋଲି ଅଭିଯୋଗ ହୋଇଛି ।

Comments are closed.