MEllora 950×100

ମେଟ୍ରୋ ପାଇଁ ନାହିଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତାବ: ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ ନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ମେଟ୍ରୋ ପାଇଁ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଏନେଇ ପ୍ରସ୍ତାବ ଆସିଲେ ନିଶ୍ଚୟ କରାଯିବ । ହେଲେ ଏଯାଏଁ ରାଜ୍ୟ ସରକାର ଏନେଇ ପ୍ରସ୍ତାବ ଦେଇନାହାନ୍ତି ।

ସୂଚନା ଥାଉକି, ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ଗଡ଼ିବା ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଭୁବନେଶ୍ୱର-କଟକରେ ମେଟ୍ରୋ ରେଲ୍ ସିଷ୍ଟମ୍ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଭୁବନେଶ୍ୱର ସାଂସଦ । ଟ୍ୱିନ୍ ସିଟିରେ ଜନସଂଖ୍ୟା ବଢ଼ୁଥିବାରୁ ମେଟ୍ରୋର ଆବଶ୍ୟକତା ରହିଥିବା ଚିଠିରେ ଦର୍ଶାଇଥିଲେ ଅପରାଜିତା । ମେଟ୍ରୋ ରେଲ୍ ପଲିସି-୨୦୧୭ ଅନୁସାରେ ଟ୍ୱିନ୍ ସିଟିରେ ସୁବିଧାର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ସରକାର ଡିପିଆର ପ୍ରସ୍ତୁତ କରି ଏମଓଏଚୟୁଏକୁ ତୁରନ୍ତ ପଠାନ୍ତୁ ବୋଲି ସାଂସଦ କହିଥିଲେ ।

Comments are closed.