ସୁଆଦିଆ ମେଥିଶାଗ ପନୀର

ଆବଶ୍ୟକ ସାମଗ୍ରୀ
ପନୀର – ୪୦୦ ଗ୍ରାମ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ମେଥି ଶାଗ – ଅଳ୍ପ ପରିମାଣରେ
ଗୁଜୁରାତି, ଲବଙ୍ଗ , ଡ଼ାଲଚିନି – ଆବଶ୍ୟକ ପରିମାଣରେ
ଜିରା – ଅଳ୍ପ
ଖିର – ଅଧ କପ
ହେଙ୍ଗୁ – ସାମାନ୍ୟ
ଗରମ ମସଲା – ୧ ଚାମଚରୁ କମ
ତେଲ – ଆବଶ୍ୟକ ପରିମାଣରେ
ଧନିଆ ପତ୍ର – ଅଳ୍ପ
ଘିଅ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପନୀରକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ପନୀରକୁ ଭାଜି ଦିଅନ୍ତୁ। ପନୀର ଭାଜିବା ପରେ ଏହାକୁ ଖିରରେ ବୁଡ଼ାଇ ରଖନ୍ତୁ। ଏବେ ମେଥି ଶାଗକୁ ଭଲ ଭାବେ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ପୁଣି କଡ଼େଇରେ ଅଳ୍ପ କିଛି ଘିଅ ଗରମ କରି ଏଥିରେ ଜିରା, ଗୁଜୁରାତି, ଲବଙ୍ଗ, ଡ଼ାଲଚିନି ପକାଇ ଭାଜନ୍ତୁ। ଏହାପରେ ଏଥିରେ ମେଥି ପେଷ୍ଟକୁ ପକାଇ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଗରମ ମସଲା ପକାଇ ଗୋଳାଇ ୧୦ ମିନିଟ ଗ୍ୟାସରେ ବସାଇ ଦିଅନ୍ତୁ। ଏହାପରେ ସାମାନ୍ୟ ପାଣି ଦେଇ ଖିରରେ ବୁଡ଼ାଇଥିବା ପନୀରକୁ ପକାଇ ୨ ମିନିଟ ଗ୍ୟାସରେ ବସାନ୍ତୁ। ଏବେ ଏହାକୁ ଏକ ପ୍ଲେଟକୁ କାଢି ଧନିଆପତ୍ର ପକାଇ ସଜାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ସୁଆଦିଆ ମେଥି ପନୀର।

Comments are closed.