ପିପିଇ କିଟ ପିନ୍ଧି ମାନସିକ ବିକୃତ ମହିଳାଙ୍କ ଉନ୍ମତ କାଣ୍ଡ

ମୋହନା : ପିପିଇ କିଟ ପିନ୍ଧି ଜଣେ ମାନସିକ ବିକୃତ ମହିଳାଙ୍କ ଉନ୍ମତକାଣ୍ଡ  ଘଟାଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡି ଛକରେ ଦୀର୍ଘ ସମୟ ଧରି ଜଣେ ମାନସିକ ବିକୃତ ମହିଳା ପିପିଇ କିଟ ପିନ୍ଧି ଉନ୍ମତ କାଣ୍ଡ ଚଲେଇଥିଲା।  ରାସ୍ତା କଡରେ ଫିଙ୍ଗା ହୋଇଥିବା ବ୍ୟବହୃତ ଏଜ ପିପିଇ କିଟକୁ ଏହି ମାନସିକ ବିକାରଗ୍ରସ୍ତ ମହିଳା ଜଣକ ପିନ୍ଧି ରାସ୍ତାରେ ଯାଉଥିବା ଲୋକଙ୍କୁ ଧରି ପକାଉଥିବା ବେଳେ ଲୋକଙ୍କ ଘରେ ପଶି ଯାଉଥିଲା। ସଂକ୍ରମଣ ଭୟ ରହିଥିବାରୁ ତୁରନ୍ତ ତାକୁ କାବୁ କରିବାକୁ ସ୍ଥାନୀୟ ଲୋକ ଦାବି କରିଥିବା ବେଳେ ଖବର ପାଇ ଅତିରିକ୍ତ ତହସିଲଦାର ଓ ମେଡିକାଲ ଟିମ ପହଞ୍ଚି ମହିଳାକୁ କାବୁ କରି ତାଙ୍କ ଦେହରୁ ପିପିଇ କିଟ କାଢି ନୂଆ ଲୁଗା ପିନ୍ଧାଇଥିଲେ। ଲୁହାଗୁଡି ଛକ ନିକଟରେ ମଧ୍ୟ ଆଉ ଏକ ପିପିଇ କିଟ ପଡିଥିବା ଦେଖିବା ପରେ ମେଡିକାଲ ଟିମ ତାକୁ ପୋଡି ନଷ୍ଟ କରିଛନ୍ତି। ତେବେ ବାରମ୍ବାର ପିପିଇ କିଟ ଫିଙ୍ଗା ଯିବା ଘଟଣା ସମ୍ନାକୁ ଆସୁଥିବା ବେଳେ କିଏ ଏହାକୁ ସବୁ ରାସ୍ତା କଡରେ ପକାଉଛି ତାହା ଧରିବା ପାଇଁ ପୁଲିସକୁ ନିୟୋଜିତ କରାଯିବ ବୋଲି ମେଡିକାଲ ଅଧିକାରୀ କହିଛନ୍ତି।

Comments are closed.