ମେହବୁବା ପୁଣି ଗୃହବନ୍ଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ବୁଧବାର ଗୃହବନ୍ଦୀ କରାଯାଇଛି। ତାଙ୍କର ଗୃହବନ୍ଦୀ ଅବଧି ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିଛି। ସୋମବାର ସନ୍ଧ୍ୟା ଶ୍ରୀନଗରର ହାଇଦରପଡାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ସହିତ ୨ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଗୁଳିବିନିମୟ ସମୟରେ କ୍ରସ୍‌ ଫାଇରିଙ୍ଗରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ପୁଲିସ କହିଥିବାବେଳେ ଏହାକୁ ନେଇ ବୁଧବାର ମେହବୁବା ବିକ୍ଷୋଭ ଆରମ୍ଭ କରିଥିଲେ। ମୃତ ନାଗରିକଙ୍କ ଶବ ହସ୍ତାନ୍ତର ସହିତ ଏହାର ତଦନ୍ତ ସେ ଦାବି କରିଥିଲେ। ସେ କହିଛନ୍ତି ଯେ ଆଫ୍‌ସ୍ପା ଆଇନ ଯୋଗୁଁ ନିରୀହ ନାଗରିକଙ୍କ ମୃତ୍ୟୁ ପାଇଁ କାହାକୁ ଉତ୍ତରଦାୟୀ କରାଯାଉ ନାହିଁ।

Comments are closed.