କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ସହ ମୁହାଁମୁହିଁ କାର୍ଯ୍ୟକ୍ରମ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ରୁଢିଆପଢା ଗ୍ରାମରେ ଆଜି ପାଟଣା କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କ ସହ ମୁହାଁମୁହିଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଗାମୀ ୫ ରୁ ୧୦ ବର୍ଷ ମଧ୍ୟରେ କୃଷି କ୍ଷେତ୍ରରେ ନୂତନ କୃଷି ଯୋଜନା ପ୍ରଣୟନର କାର୍ଯ୍ୟକାରିତା ପାଇଁ ପାଟଣା ବ୍ଲକର ରୁଢିଆପଢା ଗ୍ରାମକୁ ଚୟନ କରା ଯାଇଥିବା ବେଳେ ଗ୍ରାମଟି ଉତ୍ତର କେନ୍ଦ୍ରିୟ ମାଳଭୂମି କୃଷି ଜଳବାୟୁ ମଣ୍ଡଳ ମଧ୍ୟରେ ଆସୁଥିବାରୁ ଏହି ଗ୍ରାମରେ ଗବେଷଣା ଓ ସଂପ୍ରସାରଣ ଯୋଜନା ପାଇଁ ଉଦ୍ୟମ କରାଯାଉଛି । ପାଟଣା କୃଷି ବିଭାଗ ପକ୍ଷରୁ ସହକାରୀ କୃଷି ଅଧିକାରୀ ପରେଶ କୁମାର ଦାଶ ଓ ତୁରୁମୁଙ୍ଗା ସହକାରୀ କୃଷି ଅଧିକାରୀ ବର୍ଷା ବୈଶାଳୀ, କୃଷି ଉନ୍ନତ ସହଯୋଗୀ ପ୍ରଶ୍ନଜିତ ମିଶ୍ର ଓ ପ୍ରତ୍ୟୁଷ ମିଶ୍ର, ଗ୍ରାମ କୃଷି କର୍ମଚାରୀ ଇନ୍ଦ୍ରଜିତ ପୁହାଣ, କୃଷି ବୈଷୟିକ ପରିଚାଳକ ପ୍ରକାଶ ଚନ୍ଦ୍ର ସେଠୀ ଓ ଜିଜ୍ଞାସା ପ୍ରିୟଦର୍ଶିନୀ ସାହାଣୀ ପ୍ରମୁଖ ରୁଡିଆପଡା ଗ୍ରାମରେ ପହଞ୍ଚି ଚାଷୀମାନଙ୍କ ସହ ବିଷୟ ଭିତ୍ତିକ ଆଲୋଚନା ଓ ମତାମତ ସଂଗ୍ରହ କରିଥିଲେ ।

Comments are closed.