ହରଭଙ୍ଗାରେ ୫-ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ

ସଚିବଙ୍କୁ ଧନ୍ୟବାଦ ଜଣାଇଲେ ସରପଞ୍ଚ, ପ୍ରଧାନଶିକ୍ଷକ ଓ ଛାତ୍ରଛାତ୍ରୀ

ହରଭଙ୍ଗା: ହରଭଙ୍ଗା ବ୍ଲକ ସଭାଗୃହ ପ୍ରାଙ୍ଗଣରେ ଶୁକ୍ରବାର ତୃତୀୟ ପର୍ଯ୍ୟାୟ ୫ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ଆଭାସୀ ମାଧ୍ୟମରେ ରୂପାନ୍ତରିତ ହେବାକୁ ଥିବା ବ୍ଲକର ଅନ୍ୟ ପାଞ୍ଚଟି ହାଇସ୍କୁଲର ପ୍ରଧାନ ଶିକ୍ଷକ, ସରପଞ୍ଚ, ଛାତ୍ରଛାତ୍ରୀ ଏବଂ ଆଲୁମିନି କମିଟି ସଦସ୍ୟଙ୍କ ସହିତ ମତ ବିନିମୟ କରିଥିଲେ। ବନ୍ଧାପଥର ହାଇସ୍କୁଲ ପ୍ରଧାନଶିକ୍ଷକ ଅଭିମନ୍ୟୁ ପ୍ରଧାନ ୫-ଟି ରୂପାନ୍ତରିତ ସ୍କୁଲ ଦ୍ୱାରା ଚକଖଡି, ବ୍ଲାକବୋର୍ଡରେ ପାଠପଢ଼ା ଯୁଗ ଶେଷ ହେବ। ସ୍ମାର୍ଟବୋର୍ଡରେ ପିଲା ପାଠପଢ଼ି ଅଧିକ ସଫଳ ହେବେ ବୋଲି କହିଥିଲେ। ତିଲେଶ୍ୱର ସରପଞ୍ଚ ଝୁନୁ ବେହେରା ତାଙ୍କ ହାଇସ୍କୁଲଟି ୫-ଟିରେ ସାମିଲ ହେଉଥିବାରୁ ସେ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ। ସଚିବ ମଧ୍ୟ ୫-ଟି ହାଇସ୍କୁଲ କାର୍ଯ୍ୟକ୍ରମକୁ ସଫଳ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହି ଯୋଜନା ସଫଳ ହେଲେ ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା ଏବଂ ନୂଆ ଓଡ଼ିଶା ସ୍ୱପ୍ନ ସାକାର ହେବ ବୋଲି ସଚିବ କହିଥିଲେ। ଏହି କାର୍ଯ୍ୟକ୍ରମରେ ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହଁର, ତିଲେଶ୍ୱର ସରପଞ୍ଚ ଝୁନୁ ବେହେରା, ବନ୍ଧାପଥର ସରପଞ୍ଚଙ୍କ ସମେତ ସମସ୍ତ ହାଇସ୍କୁଲ ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ଆଲୁମିନି କମିଟି ସଦସ୍ୟ ଯୋଗଦାନ କରିଥିଲେ।

ସୂଚନା ଥାଉକି, ତୃତୀୟ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକର ବନ୍ଧାପଥର, ତିଲେଶ୍ୱର, ବଡବନ୍ଧ, ଛତ୍ରଙ୍ଗ ଏବଂ ତଳଗାଁ ଭଳି ପାଞ୍ଚଟି ହାଇସ୍କୁଲ ୫ଟି ରୂପାନ୍ତରିତ ଯୋଜନାରେ ସାମିଲ ପରେ ବ୍ଲକରେ ୫ଟି ହାଇସ୍କୁଲ ସଂଖ୍ୟା ୧୯କୁ ପହଞ୍ଚିବ ବୋଲି ସୂଚନା ମିଳିଛି।

Comments are closed.