ରାଜ୍ୟ ଅର୍ଥ ତଥା ଅବକାରୀ ବିଭାଗ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଯାଜପୁର: ରାଜ୍ୟ ଅର୍ଥ ତଥା ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିରଂଜନ ପୂଜାରୀ ଶୁକ୍ରବାର ଯାଜପୁର ଜିଲା ଗସ୍ତ କରିଛନ୍ତି। ଶ୍ରୀଯୁକ୍ତ ପୂଜାରୀ ଯାଜପୁର ଜିଲା ଗସ୍ତ କରି ଉଭୟ ଅର୍ଥ ଓ ଅବକାରୀ ବିଭାଗର କାର୍ଯ୍ୟ ସମୀକ୍ଷା କରିଛନ୍ତି। ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ସିଜିଏସଟିର ଅଗ୍ରଗତି ସଂପର୍କରେ ଆଲୋଚନା କରିବା ସହିତ ଆସନ୍ତା ଆର୍ଥିକ ବର୍ଷରେ ଲକ୍ଷ୍ୟ ଧାର୍ଯ୍ୟ ହାସଲ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ସେହିଭଳି ଅବକାରୀ ବିଭାଗର ସମୀକ୍ଷା କରି ମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏଥି ସହିତ ଯାଜପୁର ଜିଲାରେ ଅବକାରୀ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.