ଦେଖନ୍ତୁ ଭିଡିଓ- ‘ମିଶୋ’ରେ ଅର୍ଡର ଦେଇଥିଲେ ଡ୍ରୋନ୍‌ ବାହାରିଲା ଆଳୁ- ‘ସ୍ୟାଡୋଫାକ୍ସ’ରେ ଆସିଥିଲା ଡେଲିଭରୀ

ଏବେ ଫେଷ୍ଟିଭାଲ୍‌ ସେଲ୍‌ ଚାଲିଛି । ଅନ୍‌ଲାଇନ୍‌ରେ ଆକର୍ଷଣୀୟ ଅଫର ଯୋଗୁଁ ଲୋକମାନେ ବିଭିନ୍ନ ଜିନିଷ ଅର୍ଡରେ ଦେଉଛନ୍ତି । କେତକ ଜିନିଷ ଓପନ୍‌ ଅନ୍‌ ଡେଲିଭରୀ ଥିଲେ ମଧ୍ୟ କୋରିଅର ସଂସ୍ଥାରେ କାମ କରୁଥିବା କେତକ ଡେଲିଭରୀ ବୟ ଏଥିପାଇଁ ମନା କରୁଛନ୍ତି । ଏଥିପାଇଁ ଗ୍ରାହକ ବି ଠକାମୀରେ ପଡୁଥିବା ଦେଖିବା ପାଇଁ ମିଳିଛି । ଏପରି ଏକ ଘଟଣାର ଭିଡିଓ ଦେଖିବା ପାଇଁ ମିଳିଛି । ଯେଉଁଥିରେ ଗ୍ରାହକ ଡେଲିଭରୀ ନେବା ବେଳେ ଏଥିରେ ଅନ୍ୟ କିଛି ଥିବା ସନ୍ଦେହ କରି ଡେଲିଭରୀ ଦେଉଥିବା ବ୍ୟକ୍ତିଙ୍କୁ ଏହାକୁ ଖୋଲିବା ପାଇଁ କହୁଛନ୍ତି । ସେ ଏକ ଡ୍ରୋନ୍‌ କ୍ୟାମେରା ଅର୍ଡର ଦେଇଥିବା ବେଳେ ସେଥିରୁ ଆଳୁ ବାହାରୁଛି ।

ମିଶୋରେ ଚୈତନ କୁମାର ନାମକ ବ୍ୟକ୍ତି ଜଣଙ୍କ ଏକ ଦାମିକା ଡ୍ରୋନ୍‌ କମ୍‌ ଦାମରେ ପାଇବା ପରେ ସମ୍ପୂର୍ଣ୍ଣ ଦାମ ପୈଠ କରିଥିଲେ । ଏହା ପ୍ରିପେଡ୍‌ ଥିଲା । ତାଙ୍କ ନିକଟକୁ ଡେଲିଭରୀ ଆସିଥିଲା ।ମାତ୍ର ଏହା ଅଧିକ ଓଜନ ଲାଗିବାରୁ ତାଙ୍କର ସନ୍ଦେହ ହୋଇଥିଲା । ସ୍ୟାଡୋଫାକ୍ସ କୋରିଅର ବୟ ଏହାକୁ ଆଣିଥିବା ଭିଡିଓରେ କହୁଥିବା ଦେଖିବା ପାଇଁ ମିଳିଛି । ଗ୍ରାହକ ଜଣଙ୍କ ସନ୍ଦେହ କରିବାରୁ ପ୍ୟାକେଟ୍‌କୁ ଖୋଲିବା ପାଇଁ କହିଥିଲେ । ଡେଲିଭରୀ ବୟ ଏହାକୁ କ୍ୟାମେରା ସାମ୍ନାରେ ଖୋଲିଥିଲେ । ସେଥିରୁ ଡ୍ରୋନ୍‌ ବଦଳରେ ଆଳୁ ବାହାରୁଥିବା ଦେଖିବା ପାଇଁ ମିଳିଥିଲା । ଡେଲିଭରୀ ବୟ ଏଥିରେ ତାହାର କିଛି ଭୂମିକା ନଥିବା କହିଛି । ଥାନାରେ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରବଲପୁରର ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

ଅନ୍‌ଲାଇନ୍‌ ସପିଂ ବେଳେ ଏମିତି ଠକେଇ ଘଟଣା କୌଣସି ନୂଆ ନୁହେଁ । ଏପରି କି ଠକେଇ ପରେ କମ୍ପାନୀ ନିଜର ଭୁଲ୍‌ ନମାନି ଏହା ବିକ୍ରି କରିଥିବା ଲୋକର ଭୁଲ୍‌ ବୋଲି କହୁଛନ୍ତି । ମାତ୍ର ଲୋକମାନେ ଅନ୍‌ଲାଇନ୍‌ ପ୍ଲାଟଫର୍ମରୁ ଜିନିଷ କିଣିଥିବା ବେଳେ ଏଥିପାଇଁ ଦାୟୀ ବ୍ୟକ୍ତି ଏବଂ ସଂସ୍ଥାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Comments are closed.