ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକଙ୍କର ଭୂମିକା ସଂପର୍କରେ ଆଲୋଚନାଚକ୍ର

ସାମ୍ବାଦିକତା ସମାଜର ଏକ ଅବିଛେଦ ଅଙ୍ଗ : ଜିଲାପାଳ

ନବରଙ୍ଗପୁର : ଜିଲା ପ୍ରଶାସନ ପକ୍ଷରୁ ଜିଲାପଞ୍ଚାୟତ ସାଧନକେନ୍ଦ୍ର ଠାରେ ସାଂପ୍ରତିକ ପରିସ୍ଥିତିରେ ସାମ୍ବାଦିକମାନଙ୍କର ଭୂମିକା ସଂପର୍କରେ ଏକ ଜିଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲାପାଳ ଡଃ. କମଳଲୋଚନ ମିଶ୍ର ଯୋଗଦେଇ ସମାଜର ବିକାଶରେ ସାମ୍ବାଦିକ ମାନଙ୍କର ଭୂମିକା ଅତିଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସାମ୍ବାଦିକତା ସମାଜର ଏକ ଅବିଛେଦ ଅଙ୍ଗ, ସାମ୍ବାଦିକଙ୍କର ବିନା ସମାଜର ବିକାଶ କରାଯାଇ ନପାରେ। ଏହାର ଗୁରୁତ୍ୱ କମାଇବା ପାଇଁ କାହାର ଶକ୍ତି ନାହିଁ । ଗଣମାଧ୍ୟମ ପ୍ରତି ଅନ୍ୟମାନଙ୍କର ଭୟଭ୍ରାନ୍ତି ଓ ଚାପ ରହିଛିି । ତେବେ ଖବର ପରିବେଷଣ ତଥ୍ୟ ଭିତ୍ତିକ ଓ ଅନୁସନ୍ଧାନ ମୂଳକ ହେବା ଆବଶ୍ୟକ ବୋଲି କହିଥିଲେ ।

ଏବେ ସାମାଜକି ଗଣମାଧ୍ୟମ ସମସ୍ତଙ୍କର ପାଇଁ ଚିନ୍ତାକାରଣ ହୋଇଥିବାବେଳେ ଏଥିରେ ବୃତ୍ତିଗତ ସାମ୍ବାଦିକ କମ୍ ରହୁଛି ତେବେ ସାମ୍ବାଦିକତା ଏକ ମହାନ ବୃତ୍ତି ବୋଲି ବର୍ଣ୍ଣନା କରି କହିଥିଲେ। ଜିଲାର ସମସ୍ତ ସରକାରୀ ଅଧିକାରୀ ସମସ୍ତ ଖବର ପରିବେଷଣ ପାଇଁ ସହଯୋଗ କରିବେ ବୋଲିି କହିଥିଲେ । ଜିଲା ସମସ୍ୟା ସମାଧାନ କରାଯିବା ସହ ଜିଲାର ବିକାଶରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟତମ ଅତିଥି ଭାବେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ ଯୋଗଦେଇ ସେ ଏହି ଜିଲାରେ ଦୀର୍ଘବର୍ଷ ରହିଥିବାବେଳେ ଜିଲା ପ୍ରଶାସନକୁ ସାମ୍ବାଦିକ ମାନଙ୍କର ସହଯୋଗ ରହି ଆସିଛି । ସମସ୍ତେ ସକରାତ୍ମକ ମନୋଭାବ ନେଇ କାମ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରତିକୂଳପରିବେଶରେ ମଧ୍ୟ ସାମ୍ବାଦିକମାନେ କାମ କରୁଥିବାବେଳେ ପରସ୍ପରର ସହଯୋଗରେ ଜିଲାକୁ ଆଗେଇ ନେଇ ହେବ ବୋଲି କହିଥିଲେ। ଅନ୍ୟତମ ଅତିଥୀ ଭାବେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଜିଲା ମଙ୍ଗଳ ପାଇଁ ଗଣ ମାଧ୍ୟମ ପ୍ରତିନିଧି ଓ ଜିଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ । ଜିଲା ଉନ୍ନତି ପାଇଁ ଗଣମାଧ୍ୟମର ସହଯୋଗ ଦରକାର। ସାମ୍ବାଦିକ ମାନେ ସମାଜର ପରିବର୍ତ୍ତନ ପାଇଁ କାମ କରୁଥିବା କହିଥିଲେ।  “ସମାଜ” ଖବରକାଗଜ ସ୍ୱାଧୀନତା ଆନ୍ଦୋଳନର ମୁଖପତ୍ର ଥିଲା। ସାମ୍ବାଦିକ ମାନେ ଶାସକ ଓ ଶାସିତ ଭିତରେ ଯୋଗସୂତ୍ର ରକ୍ଷାକାରୀ ବୋଲି କହିଥିଲେ । ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ସ୍ୱାଗତ ଜଣାଇ ସାମ୍ବାଦିକଙ୍କର ପାଇଁ ରହିଥିବା ସରକାରୀ ସୁବିଧା ସଂପର୍କରେ ଅବଗତ କରାଇଥିଲେ। ଏହି ଅବସରରେ ସାମ୍ବାଦିକ ରାମଚନ୍ଦ୍ର ଦଳେଇ, ସରୋଜ ବେହେରା, ଭାଗୀରଥୀ ମଲ୍ଲିକ, ସଦାଶିବ ପ୍ରହରାଜ, ପି.ପ୍ରକାଶ, ବାଙ୍କ ବିହାରୀ ବିଷୋୟୀ, ଏସ.ଏନ ପଟ୍ଟନାୟକ, ଆଦିତ୍ୟ ସାହୁ, ରାମ କିରଣ ପଟ୍ଟନାୟକ, ସୀମାଞ୍ଚଳ ପଟ୍ଟନାୟକ ଓ ସୁଶାନ୍ତ କୁମାର ବେହେରା ପ୍ରମୂଖ ସାମ୍ବଦିକଙ୍କର ଦାୟୀତ୍ୱ , କର୍ତ୍ତବ୍ୟ ଓ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ଜିଲାର ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।

Comments are closed.